ପ୍ରତିଭାବାନ୍‌ ଖେଳାଳୀଙ୍କ ପାଇଁ ନାହିଁ ନିଜସ୍ୱ ପଡ଼ିଆ: ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ହେଉଛି ପ୍ରତିଯୋଗୀତା

Advertisment

ବ୍ରହ୍ମପୁର ଖଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ୩୦ତମ ରାଜ୍ୟସ୍ତରୀୟ ଜୁନିଅର ବାଳିକା ହ୍ୟାଣ୍ଡବଲ୍ ଚାମ୍ପିଅନସିପ । ଏଥିରେ ରାଜ୍ୟର ୧୨ଟି ଜିଲ୍ଲାର ଖେଳାଳୀ ଭାଗ ନେଇଥିଲେ ।

ବ୍ରହ୍ମପୁର ଖଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ୩୦ତମ ରାଜ୍ୟସ୍ତରୀୟ ଜୁନିଅର ବାଳିକା ହ୍ୟାଣ୍ଡବଲ୍ ଚାମ୍ପିଅନସିପ । ଏଥିରେ ରାଜ୍ୟର ୧୨ଟି ଜିଲ୍ଲାର ଖେଳାଳୀ ଭାଗ ନେଇଥିଲେ ।

dwd

କନକ ବ୍ୟୁରୋ: ବ୍ରହ୍ମପୁର ଖଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ୩୦ତମ ରାଜ୍ୟସ୍ତରୀୟ ଜୁନିଅର ବାଳିକା ହ୍ୟାଣ୍ଡବଲ୍ ଚାମ୍ପିଅନସିପ। ଏଥିରେ ରାଜ୍ୟର ୧୨ଟି ଜିଲ୍ଲାର ଖେଳାଳୀ ଭାଗ ନେଇଥିଲେ। ଏଥିରେ କୃତିତ୍ୱ ହାସଲ କରିଥିବା ଖେଳାଳୀମାନେ ଆଗକୁ ଯାଇ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ହେଲେ ଏହି ପ୍ରତିଭାବାନ ଖେଳାଳୀମାନଙ୍କ ପାଇଁ ଖେଳ ପଡ଼ିଆଟିଏ ନାହିଁ। ଯାହାକି ଏମାନଙ୍କ ବିକାଶରେ ବାଧା ସୃଷ୍ଟି କରୁଛି।..

ଭଲ କୋଚ ଅଛନ୍ତି ପ୍ରତିଭାବାନ ଖେଳାଳୀ ଗଢିବାକୁ ଉଦ୍ୟମ ଜାରି ରଖିଛନ୍ତି, କିନ୍ତୁ ଖେଳାଳିଙ୍କ ପାଇଁ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା। ଖଲିକୋଟ ଏକକ ବିଶ୍ବବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ୩୦ତମ ରାଜ୍ୟସ୍ତରୀୟ ଜୁନିଅର ବାଳିକା ହ୍ୟାଣ୍ଡବଲ୍ ଚାମ୍ପିଅନସିପରେ ଖେଳାଳୀଙ୍କ ପ୍ରତିଭା ଦେଖିବାକୁ ମିଳିଛି। ୧୨ଟି ଜିଲ୍ଲାର ଖେଳାଳୀ ଏଥିରେ ଭାଗ ନେଇ ସଫଳତା ପାଇଛନ୍ତି। ବ୍ରହ୍ମପୁର ମାଟିରେ ଏଭଳି କାର୍ୟ୍ୟକ୍ରମକୁ ସ୍ଥାନୀୟ ବିଧାୟକ ସ୍ୱାଗତ ବି କରିଛନ୍ତି। କିନ୍ତୁ ପ୍ରତିଯୋଗିତାରେ ଭାଗ ନେଉଥିବା ଖେଳାଳୀଙ୍କ ପାଇଁ ଆନୁସଙ୍ଗିକ ସୁବିଧା ନାହିଁ, ଫଳରେ ସେମାନଙ୍କୁ ଏଣେ ତେଣେ ଥଇଥାନ କରିବାକୁ ପଡୁଛି ବୋଲି କହିଛନ୍ତି ଆୟୋଜକ। 

ଉଭୟ ବାଳିକା ଓ ବାଳକ ବର୍ଗରେ ପ୍ରତିବର୍ଷ ବ୍ରହ୍ମପୁରର ହ୍ୟାଣ୍ଡବଲ୍ ଖେଳାଳୀମାନେ ଗୌରବ ଆଣୁଛନ୍ତି। ରାଜ୍ୟ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରି ସଫଳତା ପାଉଛନ୍ତି। ହେଲେ ଦୁଃର୍ଭାଗ୍ୟର କଥା ଖେଳାଳୀଙ୍କ ପାଖରେ ନାଁ ତ ନିଜସ୍ୱ ଖେଳ ପଡ଼ିଆ ଅଛି, ନା ଆନୁଷଙ୍ଗିକ ଭିତ୍ତିଭୂମି। ଆଉ ଏଭଳି ପରିସ୍ଥିତିରେ ରାଜ୍ୟସ୍ତରୀ ୟ ପ୍ରତିଯୋଗିତା ଆୟୋଜନ କରିବା କଷ୍ଟ ସାଧ୍ୟ ହୋଇପଡ଼ୁଛି। ସେପଟେ ହ୍ୟାଣ୍ଡବଲ ଖେଳାଳୀଙ୍କ ପାଇଁ ଖେଳପଡ଼ିଆ ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲା କ୍ରୀଡ଼ା ଅଧିକାରୀ।

କ୍ରୀଡା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଖେଳାଳୀମାନେ ଆଗୁଆ ରହିଛନ୍ତି। ଏଣୁ ଖେଳାଳୀଙ୍କ ସ୍ବାର୍ଥ ଓ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ସହ ପ୍ରୋତ୍ସାହନ ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe