ଫମ୍ପା ଭୂଖଣ୍ଡ ଉପରେ ଛିଡ଼ା ହୋଇଛି ତାଳଚେର ସହର, ଖଣିଜ ସମ୍ପଦ ଖୋଳି ନେଉଛି କମ୍ପାନି, ୨୦୦୯ ରୁ ଚାଲିଛି ବାଲି ଓ ପାଣି ଫିଲିଂ, ହେଲେ ସରୁନି କାମ

ତାଳଚେର ସହର ଆଖପାଖରେ ଦେଉଳବେଡ଼ା, ହାଣ୍ଡିଧୂଆଁ, ଡେରା, ନନ୍ଦିରା ଓ ଚାଇଁପଶି କୋଲିୟାରୀ ଭଳି ପାଞ୍ଚ ପାଞ୍ଚଟି ଅଣ୍ଡରଗ୍ରାଉଣ୍ଡ ମାଇନ୍ସ ରହିଛି । ମାଟି ତଳୁ ଲକ୍ଷ ଲକ୍ଷ ଟନ୍‌ କୋଇଲା ଖୋଳିନେଇଛି ଏମସିଏଲ୍‌। ଫଳରେ ତାଳଚେରର ମାଟି ତଳ ଏବେ ପୂରା ଫମ୍ପା । ଯେଉଁଥିପାଇଁ ୨୦୦୯ରୁ ଏଠାରେ ଚାଲିଛି ବାଲି ଓ ପାଣି ଫିଲିଂ । ହେଲେ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଭରିପାରୁନି ଫମ୍ପା ତାଳଚେରର ପେଟ । ଯାହାକୁ ନେଇ ଖୋଦ୍‌ ତାଳଚେର ବିଧାୟକ ଝାଡ଼ିଛନ୍ତି ଅସନ୍ତୋଷ । 

7PM5

କନକ ବ୍ୟୁରୋ :  ଫମ୍ପା ଭୂଖଣ୍ଡ ଉପରେ ଛିଡ଼ା ହୋଇଛି ତାଳଚେର ସହର । ପାଦେ ପାଦେ ରହିଛି ବିପଦ । ସାମାନ୍ୟ ଭୂସ୍ଖଳନରେ ରସାତଳଗାମୀ ହୋଇପାରେ ପୂରା ସହର । ଧ୍ବଂସ ହୋଇଯାଇପାରେ ବଡ଼ ବଡ଼ କୋଠା, ଅକାଳରେ ଚାଲିଯାଇପାରେ ହଜାର ହଜାର ଜୀବନ । ଏମିତି ଚିନ୍ତାରେ ପ୍ରତିଦିନ ଭୟରେ ଜୀବନ କାଟୁଛନ୍ତି ତାଳଚେରବାସୀ ।

ତାଳଚେର ସହର ଆଖପାଖରେ ଦେଉଳବେଡ଼ା, ହାଣ୍ଡିଧୂଆଁ, ଡେରା, ନନ୍ଦିରା ଓ ଚାଇଁପଶି କୋଲିୟାରୀ ଭଳି ପାଞ୍ଚ ପାଞ୍ଚଟି ଅଣ୍ଡରଗ୍ରାଉଣ୍ଡ ମାଇନ୍ସ ରହିଛି । ମାଟି ତଳୁ ଲକ୍ଷ ଲକ୍ଷ ଟନ୍‌ କୋଇଲା ଖୋଳିନେଇଛି ଏମସିଏଲ୍‌। ଫଳରେ ତାଳଚେରର ମାଟି ତଳ ଏବେ ପୂରା ଫମ୍ପା । ଯେଉଁଥିପାଇଁ ୨୦୦୯ରୁ ଏଠାରେ ଚାଲିଛି ବାଲି ଓ ପାଣି ଫିଲିଂ । ହେଲେ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଭରିପାରୁନି ଫମ୍ପା ତାଳଚେରର ପେଟ । ଯାହାକୁ ନେଇ ଖୋଦ୍‌ ତାଳଚେର ବିଧାୟକ ଝାଡ଼ିଛନ୍ତି ଅସନ୍ତୋଷ । 

କୋରାପୁଟ ଚିରୁପାଲିରେ ରେଳ ଲାଇନ ଉପରେ ଖସିପଡ଼ିଲା ପଥର, ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ

ତାଳଚେର କଲେଜ ଭୂତତ୍ତ୍ବ ବିଭାଗ ମୁଖ୍ୟଙ୍କ କହିବା କଥା, ଭୂତଳ କୋଇଲା ଖଣି ଉପରେ ନିର୍ମାଣ କାର୍ଯ୍ୟ  ତଥା ଗାଡ଼ିମୋଟର ଚଳାଚଳ ଯୋଗୁ ଭୂଇଁ ତଳେ ଥିବା ମାଟି ଓ ପଥରରେ ଅସମାନ ଚାପ ପଡ଼ି ଫାଟ ସୃଷ୍ଟି ହୋଇଥାଏ । ଯାହାକି ଧୀରେ ଧୀରେ ଅଧିକ ଦୁର୍ବଳ ହୋଇ ମାଟି ଅତଡ଼ା ଖସିଥାଏ । ଏମିତିକି ଫାଟ କାରଣରୁ ଏକ ଶକ୍ତି ସୃଷ୍ଟି କରେ । ବର୍ଷ ବର୍ଷ ଧରି ଏହି ଶକ୍ତି ଗଚ୍ଛିତ ହେବାପରେ ଭୂମିକମ୍ପ ହେବାର ଆଶଙ୍କା ରହିଛି ।

ପ୍ରଶ୍ନ ଉଠୁଛି, ତାଳଚେରର ଭୂତଳ କୋଇଲା ଖଣିଗୁଡ଼ିକରେ କେବେ ସରିବ ବାଲି ଫିଲିଂ? ପ୍ରତିଦିନ ଭୟରେ ଜୀବନ ଜିଉଁଥିବା ତାଳଚେରବାସୀ କେବେ ପାଇବେ ଆଶ୍ବସ୍ତି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe