ଠିକାଦାର ଉପରେ ଆକ୍ସନ୍‌ ନିଅ : ତୁରନ୍ତ ବନ୍ଦ କର ବେଆଇନ ଫ୍ଲାଏ ଆସ୍ ଡମ୍ପିଂ

ଅଇଁଠାପାଲି ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ପଡ଼ୁଥିଲା ପାଉଁଶ । ଗତ ୪ ତାରିଖରେ ଏନେଇ ଆମେ ଖବର ପ୍ରସାରଣ କରିଥିଲୁ । ୬ ତାରିଖରେ ପ୍ରଦୂଷଣ ବୋର୍ଡର ଏକ ଟିମ୍ ଅଇଁଠାପାଲି ଯାଇ ସତ୍ୟାସତ୍ୟ ପରଖିଥିଲା ।

31

କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଦୂଷଣ ବୋର୍ଡର ନିଦ ଭାଙ୍ଗିଛି । NHAIକୁ ଦେଇଛି କଡ଼ା ନିର୍ଦ୍ଦେଶ । ମନମାନି କରୁଥିଲେ, ଜିଲ୍ଲା ପ୍ରଶାସନ ସବୁଦେଖି ଆଖି ବନ୍ଦ କରିଦେଇଥିଲା । ଅଇଁଠାପାଲି ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ପଡ଼ୁଥିଲା ପାଉଁଶ । ଗତ ୪ ତାରିଖରେ ଏନେଇ ଆମେ ଖବର ପ୍ରସାରଣ କରିଥିଲୁ । ୬ ତାରିଖରେ ପ୍ରଦୂଷଣ ବୋର୍ଡର ଏକ ଟିମ୍ ଅଇଁଠାପାଲି ଯାଇ ସତ୍ୟାସତ୍ୟ ପରଖିଥିଲା । ASC ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଅଇଁଠାପାଲିରେ ପ୍ରସ୍ତାବିତ ଓଭର ବ୍ରିଜ୍ ନିକଟରେ ଜାତୀୟ ରାଜପଥରେ ଫ୍ଲାଏ ଆସ୍ ପକାଉଥିଲା । ଯାହା କେବଳ ପରିବେଶ ପାଇଁ କ୍ଷତିକାରକ ନୁହେଁ ବରଂ ଅଇଁଠାପାଲି ଅଞ୍ଚଳ ବାସିନ୍ଦାଙ୍କ ପାଇଁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରୁଛି । ଜାତୀୟ ରାଜପଥରେ ବେଆଇନ୍ ଫ୍ଲାଏ ଆସ୍ ଡମ୍ପିଂକୁ ବନ୍ଦ କରିବା ସହ ଠିକାସଂସ୍ଥା ଉପରେ ଆକ୍ସନ୍‌ ନେବାକୁ NHAIକୁ ନିର୍ଦ୍ଦେଶ ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । 

ଅଇଁଠାପାଲିରେ ସର୍ବସାଧାରଣ ସ୍ଥାନରେ ଆସ୍ ପଡ଼ୁଥିଲା କିନ୍ତୁ କେମିତି ଜିଲ୍ଲା ପ୍ରଶାସନର ନଜରରେ ଆସୁନଥିଲା । ନା ସବୁ ଦେଖି ନ ଦେଖିବାର ଅଭିନୟ କରୁଥିଲେ ବଡ଼ବାବୁ ମାନେ । NHAIର ପ୍ରୋତ୍ସାହନରେ ପଡ଼ୁଥିଲା କି ଆସ୍ । ଏନେଇ ଆମେ ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳିପାରିଲା ନାହିଁ । ଏପଟେ ଓଭର ବ୍ରିଜ ନିର୍ମାଣରେ ଆସ୍‌ର ଅତ୍ୟଧିକ ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe