ସସ୍ମିତଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ : ପ୍ରଫୁଲ୍ଲଙ୍କ ପରେ ପ୍ରତାପଙ୍କ ଚିଠି

Advertisment

ବିଜୁ ଜନତା ଦଳ ଭିତରେ ଦ୍ୱନ୍ଦ୍ୱ ହିଁ ଦ୍ୱନ୍ଦ୍ୱ । ସୋସିଆଲ୍ ମିଡିଆ ଏକ୍ସରେ ସସ୍ମିତ ପାତ୍ରଙ୍କ ଦଳ ବିରୋଧୀ ଆଭିମୁଖ୍ୟ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି ବିବାଦ । ପ୍ରଫୁଲ୍ଲଙ୍କ ପରେ ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା ।

ବିଜୁ ଜନତା ଦଳ ଭିତରେ ଦ୍ୱନ୍ଦ୍ୱ ହିଁ ଦ୍ୱନ୍ଦ୍ୱ । ସୋସିଆଲ୍ ମିଡିଆ ଏକ୍ସରେ ସସ୍ମିତ ପାତ୍ରଙ୍କ ଦଳ ବିରୋଧୀ ଆଭିମୁଖ୍ୟ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି ବିବାଦ । ପ୍ରଫୁଲ୍ଲଙ୍କ ପରେ ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା ।

Sasmit pratap

Photograph: (kanakNews)

କନକ ବ୍ୟୁରୋ, ବିଜୁ ଜନତା ଦଳ ଭିତରେ ଦ୍ୱନ୍ଦ୍ୱ ହିଁ ଦ୍ୱନ୍ଦ୍ୱ । ସୋସିଆଲ୍ ମିଡିଆ ଏକ୍ସରେ ସସ୍ମିତ ପାତ୍ରଙ୍କ ଦଳ ବିରୋଧୀ ଆଭିମୁଖ୍ୟ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି ବିବାଦ । ପ୍ରଫୁଲ୍ଲଙ୍କ ପରେ ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା । ସେ କହିଛନ୍ତି, ସସ୍ମିତଙ୍କ ଏକ୍ସ ପୋଷ୍ଟ ଦଳର ଆଭିମୁଖ୍ୟ ବିରୋଧୀ । ଷଡଯନ୍ତ୍ର ପଛରେ କିଏ, ଅନୁଧ୍ୟାନ କରିବାର ଆବଶ୍ୟକ ରହିଛି । 

କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି କହିଛନ୍ତି, ମୁସଲମାନ ଭାଇମାନଙ୍କ ପାଇଁ ଆମର ଯଥେଷ୍ଟ ସମ୍ମାନ ରହିଛି । ଆମେ ସବୁବେଳେ ତାଙ୍କ ସ୍ୱାର୍ଥ ପାଇଁ ଲଢିଆସିଛୁ । ୱାକଫ୍ ବିଲ୍ ଆସିବା ପୂର୍ବରୁ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ଥିଲା । ଆମେ ଏହି ବିଲ୍ ବିରୋଧରେ ଯାଇ ଆମେ ପଦକ୍ଷେପ ନେବୁ । କିନ୍ତୁ ହଠାତ୍ ସସ୍ମିତ ପାତ୍ରଙ୍କ ଟ୍ୱିଟ୍ ସନ୍ଦେହ ସୃଷ୍ଟି କରିଛି । ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହାର ଅନୁଧ୍ୟାନ କରିବାକୁ ଅନୁରୋଧ କରାଯାଇଛି । କିଏ ଏହି ଷଡଯନ୍ତ୍ର କରିଛି, ଏହା ପଛରେ କିଏ ଅଛି, ତାକୁ ନେଇ ତର୍ଜମା କରିବାକୁ ଅନୁରୋଧ କରାଯାଇଛି । ସସ୍ମିତ ବାବୁଙ୍କ ଟ୍ୱିଟ୍ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ବିଲ୍ ବିରୋଧରେ ଯାଇ ସେ ଭୋଟ ଦେଇଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଜେନା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe