୧- ରତ୍ନଭଣ୍ଡାର ମରାମତି କାର୍ଯ୍ୟ ତଦାରଖ କଲେ ଗଜପତି ମହାରାଜ । ତଦାରଖ ପରେ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଲେ ଗଜପତି । ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ କହିଲେ ଗଜପତି ।
୨- ଦାଉ ସାଧୁଛି ବନ୍ୟା, ବାଲେଶ୍ଵର ପରିବା ବଜାରରେ ଦୁଇ ଦିନରେ ଦୁଇ ଗୁଣା ଦର ।
୩- ଟିଟିଲାଗଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ବର ମାଝୀଙ୍କ ବିପୁଳ ସଂପତ୍ତି ଠାବ । ୪ କୋଠା, ୯ ପ୍ଲଟ୍ ଓ ଗୋଟିଏ ମାର୍କେଟ କମ୍ପକ୍ଲେକ୍ସ ଠାବ କଲା ଭିଜିଲାନ୍ସ । ସମ୍ବଲପୁର ଓ ବ୍ରଜରାଜନଗରରେ ୨ଟି ଓ ଝାରସୁଗୁଡ଼ାରେ ବି ରହିଛି ୨ଟି କୋଠା ।
୪- ବଜ୍ରାଘାତରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ । ବଞ୍ଜାରୀ ଆସ୍ପଣ୍ଡ ନିକଟରେ କାମ କରୁଥିବା ବେଳେ ବଜ୍ରାଘାତ । ହସ୍ପିଟାଲ୍ରେ ୨ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
୫- ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ । ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ । ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ ବୋଲି କଲେ ପ୍ରଶ୍ନ । ମନ୍ତ୍ରୀ କହିଲେ, ଆମ ପାଖରେ ଅଛି ପ୍ଲାନ୍ ବି ।
୬- ନୀଳଗିରି ହାତୀ ଦାନ୍ତ ଲୁଟ୍ ଘଟଣା । ସନ୍ତୋଷଙ୍କୁ ଟାର୍ଗେଟ୍ କଲେ ଲେଖାଶ୍ରୀ । ଖଟୁଆ ବି ଦେଲେ ପାଲଟା ଜବାବ
୭- IAS ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । ବିଷ୍ଣୁପଦଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ । ସିବିଆଇ ରେଡ୍ ମାମଲାରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ବିଷ୍ଣୁ, ଆସନ୍ତା ୮ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।
୮- ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି । ଟ୍ବିନସିଟିରେ ସକାଳୁ ପାଗ ଭଲ ଥିଲା, ଅପରାହ୍ନରେ କାଚିଲା ।
୯- ଭାରତ ଆସିବ ପାକିସ୍ତାନ ହକି ଟିମ୍ । ଏସିଆ କପ୍ ଖେଳିବାକୁ ଆସିବ ଭାରତ । ଖେଳ ମନ୍ତ୍ରାଳୟ ତରଫରୁ କରାଗଲା ସ୍ପଷ୍ଟ
୧୦- ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉ । ଆଡ଼ପ ଅବଢା ପାଇବା ପରେ କୃତ୍ୟକୃତ୍ୟ ଭକ୍ତ , ରାତି ପାହିଲେ ସନ୍ଧ୍ୟା ଦର୍ଶନ । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।