କନକ ବ୍ୟୁରୋ: ବସୁନ୍ଧରା ଯୋଜନାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନର ତତ୍ପରତା। ଗାଁ ଗାଁରେ ବୁଲି ଯୋଜନା ବିଷୟରେ ସଚେତନ କରାଇଲେ ତହସିଲଦାର, ବିଡିଓ। ଜୟପୁର ବ୍ଲକ ଆମ୍ବାଗୁଡ଼ା ପଞ୍ଚାୟତରେ ଏନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି ଗାଁର ଲୋକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଲୋକଙ୍କୁ ପ୍ରଶାସନ ଯୋଜନା ସମ୍ପର୍କରେ ବୁଝାଇଛନ୍ତି। ଭୂମିହୀନ କିଭଳି ପାଇବେ ଜମି ସେନେଇ କାର୍ୟ୍ୟକ୍ରମ ଜରିଆରେ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ପଟ୍ ଭେରିଫିକେସନ୍ କରି ୧୦ ଜଣ ଭୂମିହୀନଙ୍କୁ ଜମି ପ୍ରଦାନ କରାଯାଇଛି।
ବସୁନ୍ଧରା ଯୋଜନାକୁ ନେଇ ତତ୍ପର କୋରାପୁଟ ଜିଲ୍ଲା ପ୍ରଶାସନ ; ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ତହସିଲଦାର ଓ ବିଡିଓ
ବସୁନ୍ଧରା ଯୋଜନାକୁ ନେଇ ତତ୍ପର କୋରାପୁଟ ଜିଲ୍ଲା ପ୍ରଶାସନ ; ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ତହସିଲଦାର ଓ ବିଡିଓ । ଭୂମିହୀନଙ୍କୁ କେମିତି ମିଳିବ ଜମି ଯୋଜନା ବିଷୟରେ କରାଉଛନ୍ତି ଅବଗତ ।