କନକ ବ୍ୟୁରୋ: କନକ ନ୍ୟୁଜ ପ୍ରଭାବ। ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। କେନ୍ଦ୍ରାପଡ଼ା ମହାକାଳପଡ଼ା ମାଆ ରାମଚଣ୍ଡୀ ମନ୍ଦିର ସମସ୍ତ ଦାୟିତ୍ବ ନେଲେ ତହସିଲଦାର। ରାଜ୍ୟ ଦେବୋତ୍ତର କମିଶନ୍ ଏହି ଦାୟିତ୍ବ ତହସିଲଦାରଙ୍କୁ ହସ୍ତାନ୍ତର କରିଛନ୍ତି। ଖୁବଶୀଘ୍ର ମନ୍ଦିରର ଟ୍ରଷ୍ଟ ବୋର୍ଡ ଗଠନ ହେବ। ସେ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ଵ ତୁଲାଇବେ ତହସିଲଦାର। ଦୀର୍ଘ ବର୍ଷ ଧରି ବିନା ଟ୍ରଷ୍ଟ ବୋର୍ଡରେ ମୌଖିକ ଭାବେ ଦାୟିତ୍ଵ ତୁଲାଇଥିବା ମଥୁରା ସେନାପତିଙ୍କୁ ତୁରନ୍ତ ହଟାଇ ଦିଆଯାଇଛି। ୨୩୦ ଏକର ସମ୍ପତ୍ତି ମାଲିକାଣୀଙ୍କ ପାଇଁ ମାତ୍ର ୧୦୦ ଟଙ୍କାରେ ନୀତିକାନ୍ତି ଖବର ପ୍ରସାରଣ ହୋଇଥିଲା। ମହାକାଳପଡାର ଆରାଧ୍ୟା, ମା ରାମଚଣ୍ଡୀ ମନ୍ଦିରରେ ଟ୍ରଷ୍ଟ ବୋର୍ଡ ନଥିବାରୁ ଦୀର୍ଘ ଦିନ ଧରି ପୂଜାରେ ଅବହେଳା ହେବା ସହ ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟିର ଖବର ପ୍ରସାରଣ ହୋଇଥିଲା, ପରେ ଏଭଳି କାର୍ଯ୍ୟାନୁଷ୍ଠନ ନେଇଛି ଦେବୋତ୍ତର କମିଶନ୍।
କନକ ନ୍ୟୁଜ ପ୍ରଭାବ। ରାମଚଣ୍ଡୀ ମନ୍ଦିର ସମସ୍ତ ଦାୟିତ୍ବ ନେଲେ ତହସିଲଦାର।
କନକ ନ୍ୟୁଜ ପ୍ରଭାବ। ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। କେନ୍ଦ୍ରାପଡ଼ା ମହାକାଳପଡ଼ା ମାଆ ରାମଚଣ୍ଡୀ ମନ୍ଦିର ସମସ୍ତ ଦାୟିତ୍ବ ନେଲେ ତହସିଲଦାର। ରାଜ୍ୟ ଦେବୋତ୍ତର କମିଶନ୍ ଏହି ଦାୟିତ୍ବ ତହସିଲଦାରଙ୍କୁ ହସ୍ତାନ୍ତର କରିଛନ୍ତି।
/kanak/media/media_files/2024/12/20/QztLIELQoeWVguWXQj0K.jpg)