ଭାରତରେ ହେବ ଫାଶୀ ? ତହବୁର ରାଣାକୁ ଘାରିଛି ଭୟ

Advertisment

୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ରାଣାଙ୍କ ପଚରାଉଚରାର ଆଜି ପଞ୍ଚମ ଦିନ । ସୂତ୍ରରୁ ମିଳିଥିବା ଖବର ଅନୁସାରେ, ରାଣା ଅଜମଲ କସାବଙ୍କ ପରି ଫାଶୀ ପାଇବାକୁ ଭୟ କରୁଛି ।

୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ରାଣାଙ୍କ ପଚରାଉଚରାର ଆଜି ପଞ୍ଚମ ଦିନ । ସୂତ୍ରରୁ ମିଳିଥିବା ଖବର ଅନୁସାରେ, ରାଣା ଅଜମଲ କସାବଙ୍କ ପରି ଫାଶୀ ପାଇବାକୁ ଭୟ କରୁଛି ।

Tahabur rana

Photograph: (KanakNews )

କନକ ବ୍ୟୁରୋ : ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ରାଣାଙ୍କ ପଚରାଉଚରାର ଆଜି ପଞ୍ଚମ ଦିନ । ସୂତ୍ରରୁ ମିଳିଥିବା ଖବର ଅନୁସାରେ, ରାଣା ଅଜମଲ କସାବଙ୍କ ପରି ଫାଶୀ ପାଇବାକୁ ଭୟ କରୁଛି । ଆମେରିକୀୟ ଜେଲରେ ପ୍ରାୟ ୧୬ ବର୍ଷ ବିତାଇବା ପରେ, ରାଣା ଏବେ ଭାରତୀୟ ଆଇନ ଏବଂ ନ୍ୟାୟିକ ପ୍ରକ୍ରିୟା ବିଷୟରେ ସୂଚନା ସଂଗ୍ରହ କରୁଛି ।

NIAର ହେପାଜତରେ ରହି, ସେ ଅଧିକାରୀମାନଙ୍କୁ ନିରନ୍ତର ପଚାରୁଛି ଯେ, ତାଙ୍କ ବିରୁଦ୍ଧରେ କେଉଁ ଧାରା ଲାଗୁ କରାଯାଇଛି ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା କ’ଣ ହେବ । ସୂତ୍ର ଅନୁସାରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦୁଇ ସରକାରୀ ଓକିଲ ରାଣାକୁ ଭେଟିଛନ୍ତି । ଯେଉଁଥିରେ ତାଙ୍କୁ ସମସ୍ତ ଅଭିଯୋଗ ବିଷୟରେ ଅବଗତ କରାଯାଇଛି । ରାଣା ପ୍ରତ୍ୟେକ ଅଭିଯୋଗ ଏବଂ ଆଇନଗତ ଧାରା ବିଷୟରେ ବିସ୍ତୃତ ଭାବରେ ପଚାରି ବୁଝୁଛି । ସେ ଜାଣିବାକୁ ଚାହୁଁଛି ଯେ ବିଚାର କେବେ ଆରମ୍ଭ ହେବ ଏବଂ ଏହା କେତେ ଦିନ ଚାଲିବ।

ଦିଲ୍ଲୀର ଏକ କୋର୍ଟଙ୍କ ବଡ଼ ଦାବି 
ଗତକାଲି, ଦିଲ୍ଲୀର ଏକ କୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ, ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଦିଲ୍ଲୀରେ ଏକ ବଡ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା ବନାଉଥିଲା । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଷଡ଼ଯନ୍ତ୍ର ଭାରତର ସୀମା ବାହାରୁ କାର୍ଯ୍ୟ କରିଥାନ୍ତା ।

ତଦନ୍ତରେ ସହଯୋଗ କରୁନି ରାଣା 

ପ୍ରାଥମିକ ପଚରାଉଚରା ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତହବୁର ରାଣାଠାରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପାଇପାରି ନାହାଁନ୍ତି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ପଚରାଉଚରା ସମୟରେ ଅଧିକାରୀମାନେ ରାଣାଠାରୁ ତାର ପରିବାର, ବନ୍ଧୁ ଏବଂ ସମ୍ପର୍କ ବିଷୟରେ ଜାଣିବାକୁ ଚାହିଁଥିଲେ କିନ୍ତୁ ସେ କୌଣସି ସୂଚନା ଦେଇନାହିଁ । ରାଣା ଜାଣିଶୁଣି ସହଯୋଗ କରୁନଥିବା ଏଜେନ୍ସି କହିଛି । 

ତହବୁର ରାଣାଙ୍କ ବିରୋଧରେ କ’ଣ ଅଭିଯୋଗ ଅଛି?
୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ, ୧୦ ଜଣ ଆତଙ୍କବାଦୀ ତାଜ ହୋଟେଲ, ଓବରୟ ଟ୍ରାଇଡେଣ୍ଟ, ଛତ୍ରପତି ଶିବାଜୀ ଟର୍ମିନସ୍ ଏବଂ ନରିମାନ ହାଉସ୍ ଭଳି ଅନେକ ସ୍ଥାନକୁ ଟାର୍ଗେଟ କରିଥିଲା । ଏହି ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ତହବୁର ରାଣା ଉପରେ ଲସ୍କର-ଏ-ତୈବା ସହିତ ସହଯୋଗରେ ଆକ୍ରମଣ ଯୋଜନା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାର ଅଭିଯୋଗ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe