କନକବ୍ୟୁରୋ : ଭାରତ ଫେରିବ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ । ତହବୁର ରାଣାକୁ ଭାରତ ଆଣିବାର ରାସ୍ତା ପରିଷ୍କାର ହୋଇଛି । ଭାରତ ଫେରିବା ଉପରେ ରୋକ ଲଗାଇବା ପାଇଁ ତହବୁର ରାଣା ପକ୍ଷରୁ ଦାୟର ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଯାହା ଫଳରେ ତହବୁରର ଭାରତ ପ୍ରତ୍ୟାର୍ପଣ ନିଶ୍ଚିତ ହୋଇଯାଇଛି ।
ଆବେଦନରେ ତହବୁର କହିଥିଲା କି ତାର ପ୍ରତ୍ୟାର୍ପଣ ଉପରେ ତୁରନ୍ତ ରହିତାଦେଶ ଲଗାଯାଉ । ଏହାସହ ସେ ଲେଖିଥିଲା ଯେ, ଯଦି ତାକୁ ଭାରତ ପଠାଇ ଦିଆଯିବ ତେବେ ଭାରତରେ ତାକୁ ପ୍ରତାରିତ କରାଯିବ । ଫଳରେ ଭାରତରେ ସେ ଅଧିକ ଦିନ ବଞ୍ଚିପାରିବ ନାହିଁ ବୋଲି ଆବେଦନରେ ଉଲ୍ଲେଖ କରିଥିଲା । ତେବେ ପାକିସ୍ତାନୀ ବଂଶୋଦ୍ଭବ ୬୪ ବର୍ଷୀୟ ତହବୁର ରାଣାର ଆବେଦନ ଖାରଜ ହୋଇଛି । ତହବୁର ରାଣା ପାକିସ୍ତାନର ମୂଳ ବାସିନ୍ଦା । କିନ୍ତୁ ସେ କାନାଡାର ନାଗରିକତା ପାଇଛି । ଏବେ ସେ ଲସ୍ ଏଞ୍ଜେଲସର ଏକ ଜେଲରେ ବନ୍ଦୀ ଅଛି ।