ଆଇସିସିର ଐତିହାସିକ ଘୋଷଣା: ଟି-୨୦ ବିଶ୍ୱକପରେ ପୁରୁଷ-ମହିଳାଙ୍କ ପୁରସ୍କାର ରାଶି ହେଲା ସମାନ

ଆଇସିସି ଆଜି ଏକ ବମ୍ଫର ଓ ଐତିହାସିକ ଘୋଷଣା କରିଛି । ଏହି ଘୋଷଣାରେ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପରେ ପୁରସ୍କାର ରାଶିକୁ ସମାନ କରିଦିଆଯାଇଛି । ଏହାର ଆରମ୍ଭ ଆଗାମୀ ମାସରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପରେ ହେବ ।

ଅଦ୍ୟତନ ହୋଇଛି
cs

କନକ ବ୍ୟୁରୋ: ଆଇସିସି ଆଜି ଏକ ବମ୍ଫର ଓ ଐତିହାସିକ ଘୋଷଣା କରିଛି । ଏହି ଘୋଷଣାରେ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପରେ ପୁରସ୍କାର ରାଶିକୁ ସମାନ କରିଦିଆଯାଇଛି । ଏହାର ଆରମ୍ଭ ଆଗାମୀ ମାସରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପରେ ହେବ । ଘୋଷଣା ଅନୁସାରେ ମହିଳା ଟି-୨୦ ବିଶ୍ୱକପରେ ବିଜେତାଙ୍କୁ ୨.୩୪ ମିଲିୟନ ଡଲାର ଅର୍ଥାତ ୨୦ କୋଟି ପାଖାପାଖି ଟଙ୍କା ମିଳିବ । ଯାହା ୨୦୨୩ରେ ମହିଳା ଟି-୨୦ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଟିମକୁ ଦିଆଯାଇଥିବା (୮ କୋଟି) ପୁରସ୍କାର ରାଶିଠାରୁ ୧୩୪ ପ୍ରତିଶତ ଅଧିକ ।

ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱ କପ ଜିତିବା ପରେ ଭାରତକୁ ୨.୪୫ ମିଲିୟନ(୨୦ କୋଟି ୫୦ ଲକ୍ଷ) ନଗଦ ପୁରସ୍କାର ରାଶି ମିଳିଥିଲା । ଆଇସିସି କହିଛି କି, ଆଇସିସି ଟି-୨୦ ମହିଳା ବିଶ୍ୱକପ ୨୦୨୪ ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟ ହେବ ଯେଉଁଥିରେ ମହିଳାଙ୍କୁ ପୁରୁଷ ସମାନ ପୁରସ୍କାର ରାଶି ମିଳିବ, ଯାହା କ୍ରିକେଟ ଇତିହାସରେ ମହତ୍ୱପୂର୍ଣ୍ଣ ଉପଲବ୍ଧି ହେବ । 

ସୂଚନା ଅନୁସାରେ ଆଇସିସି ମହିଳା ଟି-୨୦ ବିଶ୍ୱକପ ପାଇଁ ମ୍ୟାଚ ସୂଚୀ ଜାରି ହୋଇଛି । ଅକ୍ଟୋବର ୩ ତାରିଖରେ ଏହି ମ୍ୟାଚ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ବାଂଲାଦେଶ-ସ୍କଟଲାଣ୍ଡ ମୁହାଁମୁହିଁ ହେବେ । ସେହିପରି ଭାରଚତ ତାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ । ଆଉ ଅକ୍ଟୋବର ୬ ତାରିଖରେ ଦ୍ୱିତୀୟ ମ୍ୟାଚରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe