କନକ ବ୍ୟୁରୋ: କ୍ରିକେଟ୍ ଜ୍ୱରରେ କମ୍ପୁଛି ଭାରତ । ନିଶ୍ୱାସ ପ୍ରଶ୍ୱାସରେ କ୍ରିକେଟ୍, ଧମନୀରେ ଧାଉଁଛି କ୍ରିକେଟ୍ । ଚରମରେ ପ୍ରଶଂସକଙ୍କ ଉତ୍ସୁକତା । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ଭାରତର ବିଜୟ ମନାସୀ, ଆଜି ଦିନ ତମାମ୍ ସାରା ଦେଶରେ ଦେଖିବାକୁ ମିଳିଥିଲା ସ୍ୱତନ୍ତ୍ର ଆୟୋଜନ ।
ଆହୁରି ପଢ଼ନ୍ତୁ: ଟସ୍ ଜିତିଲା କିୱି ଦଳ, ପ୍ରଥମେ ବ୍ୟାଟିଂ କରିବ ଭାରତ...
ସାରା ଦେଶର ଗୋଟିଏ ସ୍ୱର... ଏଥର ବି କପ୍ ଆମର । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ । ଚାରିଆଡ଼େ କମ୍ପୁଛି- ଇଣ୍ଡିଆ... ଇଣ୍ଡିଆ... । ଭାରତରେ କ୍ରିକେଟ୍ ଗୋଟିଏ ଧର୍ମ, କ୍ରିକେଟ୍ ଗୋଟିଏ ଜାତି । ସେଇଥିପାଇଁ ତ ଆଜି କେଉଁଠି ପୂଜାର୍ଚ୍ଚନା, କେଉଁଠି ହୋମଯଜ୍ଞ । ଫଟାଫଟ କ୍ରିକେଟ୍ରେ ଭାରତକୁ ପୁଣି ବିଶ୍ୱବିଜୟୀ କରିବା ପାଇଁ ଆଜି ଯେମିତି ସାରା ଦେଶ ପାଳୁଛି ସ୍ୱତନ୍ତ୍ର ପର୍ବ । ସଞ୍ଜଠୁ ସମସ୍ତଙ୍କ ନଜର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ । ହେଲେ ଆଜି ରାତି ପାହିବା ଆଗରୁ ଦେଖିବାକୁ ମିଳିଥିଲା ବିଶ୍ୱକପ୍ ଉତ୍ସାହ ।
ବ୍ରାହ୍ମ ମୁହୂର୍ତ୍ତରେ ଉଜ୍ଜୈନ ମହାକାଳେଶ୍ୱର ମନ୍ଦିରରେ ହୋଇଥିଲା ସ୍ୱତନ୍ତ୍ର ଅଭିଷେକ । ଦେବ ଦେବ ମହାଦେବଙ୍କୁ ତୁଷ୍ଟ କରି ଭକ୍ତ ମାଗିଥିଲେ ବିଜୟର ବର । ପ୍ରୟାଗରାଜ ଦଶାଶ୍ୱମେଧ ଘାଟରେ ସ୍ୱତନ୍ତ୍ର ଗଙ୍ଗା ଆରତି, ଅଯୋଧ୍ୟା ମନ୍ଦିରରେ ସାଧୁସନ୍ଥଙ୍କ ପୂଜାର୍ଚ୍ଚନା । ଏସବୁ ସ୍ୱତନ୍ତ୍ର ପର୍ବ ନୁହେଁ ତ ଆଉ କଣ? ଭାରତର ରକ୍ତରେ କେମିତି କ୍ରିକେଟ୍ ଦୌଡ଼େ, ତାହା ଆଜି ଦେଖିବାକୁ ମିଳିଥିଲା ପିଲା ଠୁ ବୁଢ଼ା, ପୁରୁଷ ମହିଳା ସମସ୍ତଙ୍କ ଉତ୍ସାହ ଓ ଉଲ୍ଲାସରେ ।
ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ କେଉଁଠି ସ୍ୱତନ୍ତ୍ର ଆୟୋଜନ କରିଛନ୍ତି କୁନିକୁନି ଛାତ୍ରଛାତ୍ରୀ । ଆଉ କେଉଁଠି ନିଜ ଦେହରେ କରିଛନ୍ତି ଟାଟୁ । କେଉଁଠି ନିଜ ପ୍ରିୟ କ୍ରିକେଟ୍ ତାରକାଙ୍କ ଶୁଭ ମନାସି ଫଟୋରେ ତିଳକ ଲଗାଇଛନ୍ତି ମହିଳା, ତ କେଉଁଠି ଫଟୋ ରଖି ହୋମଯଜ୍ଞ କରିଛନ୍ତି ଲୋକେ । କେବଳ ସାଧାରଣ ଜନତା ନୁହଁନ୍ତି, ସେଲିବ୍ରିଟି ମାନେ ମଧ୍ୟ ଟିମ୍ ଇଣ୍ଡିଆକୁ ଅଲ୍ ଦ ବେଷ୍ଟ୍ ଜଣାଇଛନ୍ତି ନିଜ ନିଜ ଷ୍ଟାଇଲ୍ରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/03/08/hcqhbhnauaqj5xg-2026-03-08-19-09-16.jpg)