କନକ ବ୍ୟୁରୋ: ଆସନ୍ତା ମାସରେ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ ଟ୍ବେଣ୍ଟି-୨୦ ବିଶ୍ବକପ୍ । ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାକୁ ନଜରରେ ରଖି କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଏହାର ତାରକା ଖେଳାଳିଙ୍କୁ ବିଗ୍ ବାସ୍ ଲିଗ୍ (ବିବିଏଲ୍)ରେ ନ ଖେଳିବାକୁ ପରାମର୍ଶ ଦେଇଛି । ଆସେସ୍ ଶୃଙ୍ଖଳା ୪-୨ରେ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିବା ଅଷ୍ଟ୍ରେଲିଆ ଓପନର୍ ଟ୍ରାଭିସ୍ ହେଡ୍ ‘ବିବିଏଲ୍’ରେ ନ ଖେଳି ବିଶ୍ରାମ ନେବାକୁ ଚିନ୍ତା କରିଛନ୍ତି । ସେହିପରି କାମେରନ୍ ଗ୍ରିନ୍ ମଧ୍ୟ ଏହି ଲିଗ୍ରେ ଅନୁପସ୍ଥିତ ରହିବେ । ଦୁଇ ଦ୍ରୁତବୋଲର ପ୍ୟାଟ୍ କମିନ୍ସ ଓ ଜୋସ୍ ହାଜେଲଉଡ୍ ଆହତ ଜନିତ ସମସ୍ୟାରେ ଥିବାରୁ ବିବିଏଲ୍ ଖେଳିବେନି । ଏହାକୁ ନେଇ ସିଏ ପ୍ରବନ୍ଧକ ବେନ୍ ଅଲିଭର୍ କହିଛନ୍ତି ଯେ, ୫ ମ୍ୟାଚ୍ ବିଶିଷ୍ଟ ଆସେସ୍ ଶୃଙ୍ଖଳା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଥିଲା । ପ୍ରତ୍ୟେକ ଖେଳାଳିଙ୍କ ସହିତ ଆମେ ଯୋଗାଯୋଗରେ ରହିଛୁ । ଆଗକୁ ବିଶ୍ବକପ୍ ଥିବାରୁ ଖେଳାଳିମାନଙ୍କୁ ଚାପମୁକ୍ତ କରିବା ଲାଗି ବିବିଏଲ୍ ନ ଖେଳିବାକୁ ପରାମର୍ଶ ଦେଇଛୁ’’ । ସୂଚନାଯୋଗ୍ୟ ଯେ ଫେବ୍ରୁଆରି ୭ରୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେବ । ଅଷ୍ଟ୍ରେଲିଆ ୧୧ ତାରିଖରେ କଲମ୍ବୋରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ।
ଏହା ବି ପଢ଼ନ୍ତୁ : ଟିମ୍ ଇଣ୍ଡିଆକୁ ଲାଗିପାରେ ବଡ଼ ଝଟକା; ବିଶ୍ୱକପ୍ ଦଳରୁ ବାଦ୍ ପଡ଼ିପାରନ୍ତି ତିଲକ ବର୍ମା
Follow Us