କିଏ ଖେଳିବ ସେମିଫାଇନାଲ? ଏଯାଏଁ ସ୍ପଷ୍ଟ ହୋଇପାରୁନି ଚିତ୍ର

Advertisment

ଦ୍ୱନ୍ଦ୍ୱରେ ଟି-୨୦ ମହିଳା ବିଶ୍ୱକପ୍ । କିଏ ଖେଳିବ ସେମିଫାଇନାଲ୍ ଏଯାଏଁ ହୋଇପାରୁନି ଚିତ୍ର ସ୍ପଷ୍ଟ । ପ୍ରଶ୍ନ, ସେମି ଫାଇନାଲରେ ପହଞ୍ଚିପାରିବ ତ ଭାରତୀୟ ଦଳ । ଆଜି ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ।

ଦ୍ୱନ୍ଦ୍ୱରେ ଟି-୨୦ ମହିଳା ବିଶ୍ୱକପ୍ । କିଏ ଖେଳିବ ସେମିଫାଇନାଲ୍ ଏଯାଏଁ ହୋଇପାରୁନି ଚିତ୍ର ସ୍ପଷ୍ଟ । ପ୍ରଶ୍ନ, ସେମି ଫାଇନାଲରେ ପହଞ୍ଚିପାରିବ ତ ଭାରତୀୟ ଦଳ । ଆଜି ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ।

44cr

କନକ ବ୍ୟୁରୋ:  ରୋମାଞ୍ଚକ ସ୍ଥିତିରେ ଟି-୨୦ ମହିଳା ବିଶ୍ୱକପ୍ । କିଏ ଖେଳିବ ସେମି ଫାଇନାଲ୍ ଏଯାଏଁ ହୋଇପାରୁନି ଚିତ୍ର ସ୍ପଷ୍ଟ । ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ସରିବାକୁ ବସିଲାଣି ହେଲେ ଗୋଟିଏ ବି ଦଳ ସେମି ପାଇଁ ସ୍ଥାନ ପକ୍କା କରିପାରି ନାହାନ୍ତି । 

ଲିଗ୍ ଷ୍ଟେଜର ୨୦ ମ୍ୟାଚ୍ ଭିତରୁ ୧୪ ମ୍ୟାଚ୍ ଖେଳ ସରିଲାଣି । କିନ୍ତୁ ସେମି ପାଇଁ କୌଣସି ଦଳର ସ୍ଥାନ ସୁରକ୍ଷିତ ନାହିଁ । ଯାହାକୁ ନେଇ ସମସ୍ତଙ୍କ ଭିତରେ ଦ୍ୱନ୍ଦ୍ୱ ଓ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଉଭୟ ଗ୍ରୁପ-ଏ ଓ ଗ୍ରୁପ-ବିରେ ସମାନ ସ୍ଥିତି । ପଏଣ୍ଟ ଟେବୁଲର ପ୍ରଥମ ତିନିଟି ଲେଖାଏଁ ଦଳ ସେମି ରେସ୍‌ ପାଇଁ ଦାବିଦାର ଥିବାବେଳେ ଅବଶିଷ୍ଟ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି । ଗ୍ରୁପ-ଏରେ ଅଷ୍ଟ୍ରେଲିଆ, ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ଟିମ୍ ରେସ୍‌ରେ ଥିବାବେଳେ ଗ୍ରୁପ-ବିରେ ଓ୍ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ରହିଛନ୍ତି । ୩ ମ୍ୟାଚ୍‌ରୁ ୩ ବିଜୟ ସହ ଅଷ୍ଟ୍ରେଲିଆ ଦଳ ପ୍ରାୟତଃ ସେମିରେ ସ୍ଥାନ ପକ୍କା କରି ନେଇଛି । କିନ୍ତୁ ଏଯାଏଁ ବି ଚିତ୍ର ସ୍ପଷ୍ଟ ହୋଇନି । ଅନ୍ୟପଟେ ସମସ୍ତ ମନରେ ଗୋଟିଏ ପ୍ରଶ୍ନ, ସେମି ଫାଇନାଲରେ ପହଞ୍ଚିପାରିବ ତ ଭାରତୀୟ ମହିଳା ଦଳ  ?  ପଏଣ୍ଟ ଟେବୁଲରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିଲେ ବି ଆଶା ଆଶଙ୍କା ଲାଗି ରହିଛି । ଭାରତ ଅଷ୍ଟ୍ରେଲିଆ ବିରୋଧ ଶେଷ ମ୍ୟାଚ୍‌ରେ ଜିତିଲେ, ସେମି ଖେଳିବାର ଆଶା ବଢ଼ିଯିବ । ଅନ୍ୟପଟେ  ସମସ୍ତ ନଜର ରହିଛି ଆଜି ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମ୍ୟାଚ୍ ଉପରେ । ଭାରତକୁ  ସେମି ରେସ୍ ପାଇଁ କଣ୍ଟା ସାଜିଛି ନ୍ୟୁଜିଲାଣ୍ଡ । ଆଜିର ମ୍ୟାଚ୍ ଯଦି ନ୍ୟୁଜିଲାଣ୍ଡ ହାରିଯାଏ ତେବେ ଭାରତ ପାଇଁ ଟିକିଏ ଆଶ୍ୱସ୍ତି ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe