ସନ୍ତରଣ ହାଇ ପରଫର୍ମାନ୍ସ ସେଣ୍ଟରରେ ଖେଳାଳିଙ୍କୁ ମାଡ଼ ! ତଦନ୍ତ ନିର୍ଦ୍ଦେଶ ଦେଲେ କ୍ରୀଡ଼ା ବିଭାଗ ଅଧିକାରୀ ।

Advertisment

ରାଜଧାନୀରେ ସନ୍ତରଣ ହାଇ ପରଫର୍ମାନ୍ସ ସେଣ୍ଟର୍ ବିରୋଧରେ ଅଭିଯୋଗ ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲେ କ୍ରୀଡ଼ା ବିଭାଗ ଅଧିକାରୀ । କୋଚ୍‌ଙ୍କ ବିରୋଧରେ ଗାଳିଗୁଲଜ ସହ ମାଡ଼ ଅଭିଯୋଗ ଆଣିଥିଲେ ସନ୍ତରଣକାରୀ ।    

ରାଜଧାନୀରେ ସନ୍ତରଣ ହାଇ ପରଫର୍ମାନ୍ସ ସେଣ୍ଟର୍ ବିରୋଧରେ ଅଭିଯୋଗ ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲେ କ୍ରୀଡ଼ା ବିଭାଗ ଅଧିକାରୀ । କୋଚ୍‌ଙ୍କ ବିରୋଧରେ ଗାଳିଗୁଲଜ ସହ ମାଡ଼ ଅଭିଯୋଗ ଆଣିଥିଲେ ସନ୍ତରଣକାରୀ ।    

01-Swimmer

କନକ ବ୍ୟୁରୋ : ସନ୍ତରଣ ହାଇ ପରଫର୍ମାନ୍ସ ସେଣ୍ଟର୍ ବିରୋଧରେ ସାଙ୍ଘାତିକ ଅଭିଯୋଗ ।  ଅଭିଯୋଗ ଆଣିଛନ୍ତି କ୍ରୀଡା ଛାତ୍ରାବାସରେ ରହୁଥିବା ଖେଳାଳି। ପିଲାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ମାଡ଼ କରାଯାଉଥିବା ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ପିଲାମାନଙ୍କୁ ଭଲ ଭାବରେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବରୁ ଏହାକୁ ବିରୋଧ କରି କେହି ସନ୍ତରଣ ପାଇଁ ଆସିନଥିଲେ। ଏନେଇ ବିଭାଗର ନିର୍ଦ୍ଦେଶକଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ହେଲେ କିଛି ଫଳପ୍ରଦ ହେଉନଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅଭିଯୋଗ କରୁଥିବା ପିଲାଙ୍କ ସହିତ ଆଲୋଚନା କରିଛନ୍ତି କ୍ରୀଡା ବିଭାଗର ଅଧିକାରୀ। ତାଙ୍କ ସମସ୍ୟା ବୁଝିବା ସହିତ ଛାତ୍ରଙ୍କୁ ହଷ୍ଟେଲକୁ ଯିବା ପାଇଁ କହିବା ସହ ଛାତ୍ରଙ୍କ ଅଭିଯୋଗ ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି । 

ଖେଳାଳିଙ୍କୁ ଦୁର୍ବ୍ୟବହାର ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ ପରେ କ୍ରୀଡ଼ା ଓ ଯୁବସେବା ବିଭାଗର କାର୍ୟ୍ୟାନୁଷ୍ଠାନ । କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଜେଏସ୍‌ଡବ୍ଲ୍ୟୁ ଓଡ଼ିଶା ସନ୍ତରଣ ଏଚ୍‌ପିସିର ମୁଖ୍ୟ ସେଜୱାଲଙ୍କ ସେବାକୁ ବନ୍ଦ କରାଯାଇଛି। ଏନେଇ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଅଭିଯୋଗ ଘଟଣାର ତଦନ୍ତ ଚାଲିଛି । ସମସ୍ତ ଖେଳାଳିଙ୍କୁ ସୁରକ୍ଷିତ ଓ ଅନୁକୂଳ ବାତାବରଣ ପ୍ରଦାନ କରିବା ପ୍ରାଥମିକତା । ନୈତିକତା ଓ ଗୁଣବତ୍ତାର ମାନଦଣ୍ଡରେ କୌଣସି ପ୍ରକାର ଉଲଂଘନ ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ହେଲେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଗତକାଲି ସନ୍ତରଣ ହାଇ ପ୍ରଫମାନ୍ସ ସେଣ୍ଟର୍ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କ୍ରୀଡା ଛାତ୍ରାବାସରେ ରହୁଥିବା ଖେଳାଳି। ପିଲାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ମାଡ଼ କରାଯାଉଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ପିଲାମାନଙ୍କୁ ଭଲ ଭାବରେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି । କିଛି ଦିନ ପୂର୍ବରୁ ଏହାକୁ ବିରୋଧ କରି କେହି ସନ୍ତରଣ ପାଇଁ ଆସିନଥିଲେ । ଏନେଇ ବିଭାଗର ନିର୍ଦ୍ଦେଶକଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ହେଲେ କିଛି ଫଳପ୍ରଦ ହେଉନଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିଯୋଗ କରୁଥିବା ପିଲାଙ୍କ ସହିତ ଆଲୋଚନା କରିଛନ୍ତି କ୍ରୀଡା ବିଭାଗର ଅଧିକାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe