ଗ୍ରାହକଙ୍କୁ ସ୍ୱିଗିର ଝଟକା ; କମ୍ପାନି ପୁଣି ବଢାଇଲା ପ୍ଲାଟଫର୍ମ ଫି'

Advertisment

ସ୍ୱିଗିରେ ମହଙ୍ଗା ହେଲା ଖାଦ୍ୟ , କମ୍ପାନି ପୁଣି ବଢାଇଲା ପ୍ଲାଟଫର୍ମ ଫି' । ଏଣିକି ଅନ୍‌ଲାଇନ୍ ଖାଦ୍ୟ ଅର୍ଡର ପାଇଁ ଗଣିବାକୁ ପଡିବ ଅଧିକ ଟଙ୍କା ।

ସ୍ୱିଗିରେ ମହଙ୍ଗା ହେଲା ଖାଦ୍ୟ , କମ୍ପାନି ପୁଣି ବଢାଇଲା ପ୍ଲାଟଫର୍ମ ଫି' । ଏଣିକି ଅନ୍‌ଲାଇନ୍ ଖାଦ୍ୟ ଅର୍ଡର ପାଇଁ ଗଣିବାକୁ ପଡିବ ଅଧିକ ଟଙ୍କା ।

25

କନକ ବ୍ୟୁରୋ : ସ୍ୱିଗିରେ ଖାଦ୍ୟ ମଗାଇବା ପୂର୍ବ ଅପେକ୍ଷା ହୋଇଯିବ ମହଙ୍ଗା । ଏହାର ମୁଖ୍ୟ କାରଣ ହେଉଛି କମ୍ପାନି ଦ୍ୱାରା "ପ୍ଲାଟଫର୍ମ ଫି"ରେ କ୍ରମାଗତ ବୃଦ୍ଧି । ପ୍ଲାଟଫର୍ମ ଫି' ହେଉଛି ଏକ ଛୋଟ ଶୁଳ୍କ ଯାହା ସ୍ୱିଗି ପ୍ରତ୍ୟେକ ଅର୍ଡର ଉପରେ ଗ୍ରାହକଙ୍କଠାରୁ ନେଇଥାଏ । କମ୍ପାନି ଏହି ଫି'କୁ କିଛି ଅଞ୍ଚଳରେ ୧୨ ଟଙ୍କାରୁ ବଢ଼ାଇ ୧୪ ଟଙ୍କା କରିଦେଇଛି ।ବିଶେଷକରି ପାର୍ବଣ ଋତୁରେ ଅଧିକ ଚାହିଦା ରହୁଥିବା ଯୋଗୁଁ ଏହି ବୃଦ୍ଧି କରାଯାଇଛି ବୋଲି କୁହାଯାଉଛି । 

ଏହା କୌଣସି ନୂଆ କଥା ନୁହେଁ । ଏପ୍ରିଲ ୨୦୨୩ ରେ ସ୍ୱିଗି ମାତ୍ର ୨ ଟଙ୍କାରୁ ପ୍ଲାଟଫର୍ମ ଫି' ନେବା ଆରମ୍ଭ କରିଥିଲା, ଯାହା ଗତ ଦୁଇ ବର୍ଷ ମଧ୍ୟରେ ୬୦୦% ରୁ ଅଧିକ ବୃଦ୍ଧି ପାଇଛି । ରେଷ୍ଟୁରାଣ୍ଟଗୁଡ଼ିକ ମଧ୍ୟ ସ୍ୱିଗିକୁ ଦେଉଥିବା କମିସନକୁ ଭରଣା କରିବା ପାଇଁ ଆପ୍‌ରେ ଖାଦ୍ୟର ମୂଲ୍ୟ ଅଧିକ ରଖିଥାନ୍ତି, ଯାହା ଫଳରେ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼େ । ଏହି ସବୁ କାରଣରୁ ସ୍ୱିଗିରେ ଖାଦ୍ୟ ମଗାଇବା ଆଗାମୀ ଦିନରେ ଆହୁରି ମହଙ୍ଗା ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe