ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ପରିବା ମଧ୍ୟରେ ଆସେ ଏମିତି ଏକ ପରିବା ଯାହାକୁ ସିଝାଇ , ପୋଡ଼ି , ତରକାରୀ , ଭଜା ଆଦି ଅନେକ ରେସିପିର ରୂପ ଦେଇ ଲୋକ ଖାଇଥାନ୍ତି । ଆଜିକାଲି ସହର ବଜାରରେ ମିଳୁଥିଲେ ହେଁ , ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିପୁଳ ପରିମାଣରେ ଉତ୍ପାଦନ ହେଉଥିବା ଏହି ପୁଷ୍ଟିକର ପରିବାର ନାଁଟି ହେଉଛି ‘କନ୍ଦମୂଳ’ । କନ୍ଦମୂଳ ଯାହାକୁ ଇଂରାଜୀ ଭାଷାରେ ‘ସ୍ୱିଟ୍ ପୋଟାଟୋ’ କୁହାଯାଏ । ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡେଣ୍ଟରେ ଭରପୂର କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ତେବେ ଶରୀରର ବିକାଶ କ୍ଷେତ୍ରରେ କନ୍ଦମୂଳର ଅବଦାନ କ’ଣ , ଏହି ପରିବା ଖାଇବା ଦ୍ବାରା କି ପ୍ରକାର ଲାଭ ମିଳିଥାଏ ଆସନ୍ତୁ ଜାଣିବା । 

Advertisment
S.potato
S.potato Photograph: (google)

କନ୍ଦମୂଳରେ ଭରପୂର ମାତ୍ରାରେ ଫାଇବରର ଗୁଣ ଥାଏ , ଯାହା ପାଚନକ୍ରିୟାକୁ ସୁସ୍ଥ ରଖିଥାଏ । ଫାଇବର କୋଷ୍ଠକାଠିନ୍ୟକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ । ଭିଟାମିନ୍-ଏ ର ଭଣ୍ଡାର ହେଉଛି କନ୍ଦମୂଳ । ଏହି ପରିବାରେ ଭିଟାମିନ୍-ଏ ର ମାତ୍ରା ଭରପୂର ପରିମାଣରେ ଥାଏ ଯାହା ଆଖିର ଦୃଷ୍ଟିଶକ୍ତି ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହା ମୋତିଆବିନ୍ଦୁ ଏବଂ ଅନ୍ୟ ଆଖି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ । କନ୍ଦମୂଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ଫ୍ରି ରେଡିକାଲ୍ସରୁ ରକ୍ଷା କରିଥାଏ ଏବଂ ଇମ୍ୟୁନ ସିଷ୍ଟମକୁ ମଜବୁତ କରିଥାଏ । ଏହା ଥଣ୍ଡା, କାଶ ଏବଂ ଅନ୍ୟ ସଂକ୍ରମଣ ସହିତ ଲଢ଼ିବାରେ ମଧ୍ୟ ସାହାଯ୍ୟ କରେ । କନ୍ଦମୂଳରେ ପୋଟାସିୟମର ମାତ୍ରା ମଧ୍ୟ ଅଧିକ ପରିମାଣରେ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକର ଆଶଙ୍କାକୁ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ ।

Kandamul
Kandamul Photograph: (google)

ବର୍ଦ୍ଧିତ ଓଜନକୁ ନେଇ ଚିନ୍ତିତ ଥିବା ଲୋକଙ୍କୁ କନ୍ଦମୂଳ ଖାଇବା ନିହାତି ଆବଶ୍ୟକ । ଏହା ଏକ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । କନ୍ଦମୂଳ ଏମିତି ଏକ ପରିବା ଯାହା ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଫୁଲ୍ ରଖେ ଯେଉଁଥିପାଇଁ ଜଲଦି ଭୋକ ଲାଗେନାହିଁ । ଯେହେତୁ ପେଟଫୁଲ୍ ଥାଏ ତେଣୁ ଖାଇବାର ପ୍ରଶ୍ନ ହିଁ ଉଠୁନି , ଯାହା ଓଜନକୁ କମ୍ କରିବାରେ ସାହାଯ୍ୟ କରେ । ଭିଟାମିନ୍-ସି ଏବଂ ଆଣ୍ଟିଅକ୍ସିଡେଣ୍ଟ୍ସ ଥିବା ଏହି ପରିବା ତ୍ୱଚାକୁ ସୁସ୍ଥ ରଖିଥାଏ । ଯାହା କୁଞ୍ଚନକୁ କମ୍ କରିବା ସହିତ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ଆଣ୍ଟି-କର୍କଟ ଗୁଣ କର୍କଟ କୋଷର ବିକାଶକୁ ବନ୍ଦ କରିବାରେ ସହାୟକ ହୁଏ । ସ୍ବିଟ୍ ପୋଟାଟୋ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ । କନ୍ଦମୂଳରେ କ୍ୟାଲସିୟମ୍ ଏବଂ ଭିଟାମିନ୍-ଡି ରହିଛି, ଯାହା ହାଡ଼କୁ ମଜବୁତ୍ କରିଥାଏ । ଏହି ପରିବାରେ କାର୍ବୋହାଇଡ୍ରେଟର ମାତ୍ରା ପ୍ରଚୁର ପରିମାଣରେ ରହିଛି, ଯାହା ଶରୀରକୁ ଶକ୍ତି ଦେଇଥାଏ ।