କନକ ବ୍ୟୁରୋ: ଅର୍ଥ ଉପାର୍ଜନର ମାଧ୍ୟମ ସାଜିଛି ମିଠାମକା । ଏକର ଏକର ଜମିରେ ମିଠାମକା ଚାଷ କରି ସ୍ୱାବଲମ୍ବୀ ହେବାସହ ସହ ଚାଷୀ ଅନ୍ୟମାନଙ୍କୁ ରୋଜଗାର ଦେଉଛନ୍ତି । ସାଧାରଣ ମକା ଅପେକ୍ଷା ମିଠାମକାର ଚାହିଦା ଅଧିକ ଥିବାରୁ ଅଳ୍ପ ଖର୍ଚ୍ଚରେ ଲାଭବାନ ହେଉଛନ୍ତି ଚାଷୀ କ୍ଷ ଖାସ୍ ଏଥିପାଇଁ ମିଠାମକା ଚାଷ ଆଣିଛି ଗାଁ ପାଇଁ ସ୍ୱତନ୍ତ୍ର ପରିଚୟ ।
ଢେଙ୍କାନାଳରୁ କାମାକ୍ଷାନଗର ତୁମୁସିଙ୍ଗା ରାସ୍ତାରେ ପଡ଼ିଥାଏ କଦଳୀପାଳ ଓ ଆଲୁଅ ଝରଣ ଗାଁ । ଯେଉଁ ଗାଁ ଏବେ ମିଠାମକା ଚାଷ ପାଇଁ ସାରା ଜିଲ୍ଲା ତଥା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି । ଏହି ଗାଁର ଲୋକମାନେ ଏକର ଏକର ଜମିରେ ମିଠାମକା ଚାଷ କରିଛନ୍ତି । ଅଳ୍ପ ଖର୍ଚ୍ଚରେ ବେଶ୍ ଭଲ ପଇସା ମିଳୁଛି । ଅଧିକାଂଶ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମିଠାମକା ଚାଷ । ଗାଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵରେ ସବୁଜିମା ପରିବେଶରେ ମିଠାମକା ଚାଷ ହେଉଛି । ଆଗରୁ ଗାଁର କିଛି ଚାଷୀ ସାଧାରଣ ମକା ଚାଷ କରୁଥିବା ବେଳେ ଏବେ ମିଠାମକାର ବଜାର ଚାହିଦା ବଢ଼ିବାରୁ ଅଧିକାଂଶ ଚାଷୀ ଏହି ଚାଷ ଆପଣାଇଛନ୍ତି କ୍ଷ ସେମାନେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ମିଳୁଛି ।
ମିଠାମକା ଚାଷ ବର୍ଷସାରା କରାଯାଉଛି କ୍ଷ ତିନି ମାସରେ ଥରେ ଜମିରେ ମକାମଞ୍ଜି ଧାଡ଼ିରେ ଲଗାଇ ଅଳ୍ପ ପାଣି, ସାର ଓ ଖତ ଦେଇଦେଲେ ଦୁଇ ମାସରେ ଫଳିବା ଆରମ୍ଭ ହୋଇଥାଏ । ଥରକେ ଚାଷୀ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ବିନିଯୋଗ କରି ଛଅରୁ ସାତ ଲକ୍ଷ ଟଙ୍କାର ମିଠାମକା ବିକ୍ରି କରୁଛନ୍ତି । ଏଥିରୁ ଚାରିରୁ ପାଞ୍ଚ ଲକ୍ଷ ଟଙ୍କା ଲାଭ ମିଳୁଛି କ୍ଷ ଏହି ଚାଷରେ ରୋଗପୋକ ଲାଗିବାର ଆଶଙ୍କା କମ୍ ଥାଏ ।
କେବଳ କୋଡ଼ା ଖୋସା କରିଦେଲେ ଭଲ ଫଳ ଆସିଥାଏ । କଦଳୀପାଳ ଗାଁକୁ ବିଭିନ୍ନ ସ୍ଥାନରୁ ବେପାରୀ ଆସି ମିଠାମକା ନେଉଛନ୍ତି । ଚାଷୀ ଭଲ ରୋଜଗାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ମିଳୁଛି । ମିଠାମକା ଚାଷରେ ଭଲ ଲାଭ ହେଉଥିବାରୁ ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉନାହାନ୍ତି ଚାଷୀ । ଜଳସେଚନର ସୁବିଧା ଯୋଗାଇଦିଆଗଲେ ଚାଷୀମାନେ ଆହୁରି ଉପକୃତ ହୋଇପାରନ୍ତେ ।