କନକ ବ୍ୟୁରୋ: ଆତିଶୀ ମାର୍ଲେନାଙ୍କୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବା ପରେ ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ବିଷ ଉଦଗାରିଛନ୍ତି । ସ୍ୱାତୀ କହିଛନ୍ତି, ଆତିଶୀଙ୍କୁ  ମୁଖ୍ୟମନ୍ତ୍ରୀ ବନାଇବା ନେଇ ଆପର ନିଷ୍ପତ୍ତି ବାସ୍ତବରେ ଦୁଃଖଦ ଘଟଣା । କାରଣ ଆତିଶୀଙ୍କ ପରିବାର ଦିନେ ଆତଙ୍କବାଦୀ ଅଫଜାଲ ଗୁରୁଙ୍କୁ ଫାଶୀରୁ ବଞ୍ଚାଇବାକୁ ଆଇନଗତ ଲଢେଇ ଲଢିଥିଲେ ।

ସ୍ୱାତୀ ମାଲିୱାଲ ଏକ୍ସରେ ପୋଷ୍ଟ କରି  ଲେଖିଛନ୍ତି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଜଣେ ଏଭଳି ମହିଳା ହେବାକୁ ଯାଉଛନ୍ତି, ଯାହାଙ୍କ ବାପା, ମା’ ଜଣେ କୁଖ୍ୟାତ ଆତଙ୍କବାଦୀକୁ ବଞ୍ଚାଇବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ନିବେଦନ କରିଥିଲେ । ସେମାନଙ୍କ ମତରେ ଅଫଜଲ ଗୁରୁ ନିର୍ଦ୍ଦୋଷ, ବରଂ ଅଫଜଲକୁ ରାଜନୈତିକ ଷଡଯନ୍ତ୍ର କରି ଫଶାଇଦିଆଯାଇଛି ।
ସ୍ୱାତୀଙ୍କ ଏହି କଥାକୁ ବିଜେପି ମୁଖପାତ୍ର ଶହାଜାଦ୍ ପୁନାୱାଲା ଜାତୀୟ ଗଣମାଧ୍ୟମରେ ଏହି କଥାକୁ ଦୋହରାଇଛନ୍ତି । କହିଛନ୍ତି, ଅଫଜଲ ଗୁରୁର ଫାଶୀ ଦଣ୍ଡକୁ କୋହଳ କରିବାକୁ ଆତିଶୀଙ୍କ ମା’ ଆବେଦନ କରିଥିଲେ ।