କନକ ବ୍ୟୁରୋ: କଟକ ଜୁଡ଼ିସିଆଲ ଏକାଡେମୀ ଛକରେ ଖୋଲିଲା ସ୍ୱସ୍ତିକ୍ ଟିଭିଏସ୍ । ଏହାକୁ ଟିଭିଏସ୍ ମୋଟର କମ୍ପାନୀ ଲିମିଟେଡ଼ର ରାଜ୍ୟ ମ୍ୟାନେଜର ଅଜୟ ଗୁପ୍ତା ଓ ସମୀର କୁମାର ସିଂ ଉଦଘାଟନ କରିଥିବା ବେଳେ ଅନ୍ୟ ଅତିଥିମାନଙ୍କ ଭିତରେ ଏରିଆ ମ୍ୟାନେଜର ଦୀପକ କୁମାର ମହାପାତ୍ର, ସୁଭଦୀପ ଗାଙ୍ଗୁଲି, ମଦନ ଲାଲ୍ କାୱାତିଆ, ଦିନେଶ କାୱାତିଆ ପ୍ରମୁଖ ଯୋଗଦେଇଥିଲେ ।
/kanak/media/media_files/2025/03/27/MNzogAqJR2pIj08KjDpD.jpeg)
କେବଳ ସେତିକି ନୁହେଁ ଏଠାରେ ସର୍ଭିସ ସେଣ୍ଟର ସାଙ୍ଗକୁ ଗାଡ଼ିର ସମସ୍ତ ସ୍ପେୟାର ପାର୍ଟ୍ସ ଆଦି ସୁବିଧା ମିଳିବ । ସେହିଭଳି ସ୍ୱସ୍ତିକ୍ ଟିଭିଏସର ମାଲିକ ପରମେଶ୍ୱର କାୱାତିଆ କହିଛନ୍ତି, ଆମ ଏହି ସୋ' ରୁମରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ସେମାନଙ୍କ ପସନ୍ଦର ଗାଡ଼ିର ଦାୟିତ୍ଵ ବହନ କରିବ ସ୍ୱସ୍ତିକ୍ ଟିଭିଏସ୍ । ତେବେ ଗୋଟିଏ ଛାତ ତଳେ ଗ୍ରାହକଙ୍କୁ ମିଳିଯିବ ବିଭିନ୍ନ ମଡେଲର ବାଇକଠୁ ନେଇ ସ୍କୁଟର ଏବଂ ଲୁନା ।