ଗଜପତି ପାରଳାଖେମୁଣ୍ଡିରେ ସ୍ୱଚ୍ଛ ଭାରତ ଅଭିଯାନ ବାଟବଣା, ସହରର ୧୦ ରୁ ଅଧିକ ଶୌଚାଳୟ ଅଚଳ

Advertisment

ପୌର ପ୍ରଶାସନ ପକ୍ଷରୁ ସହରର ସୁବାଷ ନଗର, ସଦରା ବନ୍ଧ, ମେଦିରି ସାହି, ନୂଆ ବସଷ୍ଟାଣ୍ଡ ପରିସର ଆଦି ବିଭିନ୍ନ ସ୍ଥାନରେ ରହିଛି ୧୦ ରୁ ଅଧିକ ଶୌଚାଳୟ । କିନ୍ତୁ ସବୁ ଅଚଳ । କିଛି ଭାଙ୍ଗିରୁଜି ଗଲାଣି, ଆଉ କିଛିରୁ ତାଲା ଖୋଲିପାରୁନି । ସମସ୍ୟା ସମ୍ପର୍କରେ ପୌର ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ସ୍ଥିତି ଦେଖି ଲାଗୁଛି କେଉଁଟା ମରାମତି କରିବ ଆଉ କେଉଁଟିରୁ କାର୍ଯ୍ୟକାରୀ କରିବ ପୌରପରିଷଦ ନିଷ୍ପତ୍ତି ନେଇପାରୁନି।

gajapati

କନକ ବ୍ୟୁରୋ : ଅବ୍ୟବସ୍ଥା ଘେରରେ ପାରଳା ସହରରେ ଥିବା ସମସ୍ତ ଶୌଚାଳୟ। ପରିଚାଳନା ଗତ ତ୍ରୁଟି ଯୋଗୁଁ ଅଧିକାଂଶ ଶୌଚାଳୟ ବର୍ତ୍ତମାନ ଅଚଳ ଅବସ୍ଥାରେ । ଯେଉଁଥିପାଇଁ ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା  ଓ ସହରକୁ ଆସୁଥିବା ହଜାର ହଜାର ଜନ 

ସରକାରଙ୍କ ସ୍ବଚ୍ଛ ଅଭିଯାନ ଠୁ ବହୁ ଦୂରରେ ପାରଳାଖେମୁଣ୍ଡି ପୌରପରିଷଦ । ପୌର ପ୍ରଶାସନ ପକ୍ଷରୁ ସହରର ସୁବାଷ ନଗର, ସଦରା ବନ୍ଧ, ମେଦିରି ସାହି, ନୂଆ ବସଷ୍ଟାଣ୍ଡ ପରିସର ଆଦି ବିଭିନ୍ନ ସ୍ଥାନରେ ରହିଛି ୧୦ ରୁ ଅଧିକ ଶୌଚାଳୟ । କିନ୍ତୁ ସବୁ ଅଚଳ । କିଛି ଭାଙ୍ଗିରୁଜି ଗଲାଣି, ଆଉ କିଛିରୁ ତାଲା ଖୋଲିପାରୁନି । ସମସ୍ୟା ସମ୍ପର୍କରେ ପୌର ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ସ୍ଥିତି ଦେଖି ଲାଗୁଛି କେଉଁଟା ମରାମତି କରିବ ଆଉ କେଉଁଟିରୁ କାର୍ଯ୍ୟକାରୀ କରିବ ପୌରପରିଷଦ ନିଷ୍ପତ୍ତି ନେଇପାରୁନି।

ଅଧିକ ପଢ଼ନ୍ତୁ :   ପାରଳା ରାଜପ୍ରାସାଦ ଭଳି ଦେଖାଯିବ ପାରଳାଖେମୁଣ୍ଡି ରେଳ ଷ୍ଟେସନ: ରେଳବାଇ ପକ୍ଷରୁ ଚାଲିଛି ସୌନ୍ଦର୍ଯ୍ୟକରଣ କାମ

 ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୋଟିଏ ବି ଶୌଚାଳୟ ନଥିବାରୁ ଲୋକ ବାହାରେ ରାସ୍ତାକଡ଼ରେ ପରିସ୍ରା କରୁଛନ୍ତି । ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ପାରଳା ପୌର ପରିଷଦ ନିର୍ବାହୀ ଅଧିକାରୀ କହୁଛନ୍ତି, ସହରରେ ୧୬ଟି ଶୌଚାଳୟ ରହିଛି, ସେଥିମଧ୍ୟରୁ ୪ଟି ସୁଲଭକୁ ହସ୍ତାନ୍ତର ହୋଇଛି। ଆଉ ୩ଟି କର୍ମଚାରୀ ଅଭାବରୁ କାର୍ଯ୍ୟକାରୀ  ହୋଇପାରିନି । ବାକି ଗୁଡ଼ିକର ମରାମତି ପାଇଁ ଆସନ୍ତା ବୈଠକରେ ପ୍ରସ୍ତାବ ଦିଆଯିବ । କେବେ ବର୍ଷ ବର୍ଷ ଧରି ଅଚଳ ପଡ଼ିଥିବା ଶୌଚାଳୟକୁ କାର୍ଯ୍ୟକ୍ଷମ କରିବା ଦିଗରେ ପୌର ପ୍ରଶାସନ ପଦକ୍ଷେପ ନେବ ତାକୁ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe