କନକ ବ୍ୟୁରୋ : ଅବ୍ୟବସ୍ଥା ଘେରରେ ପାରଳା ସହରରେ ଥିବା ସମସ୍ତ ଶୌଚାଳୟ। ପରିଚାଳନା ଗତ ତ୍ରୁଟି ଯୋଗୁଁ ଅଧିକାଂଶ ଶୌଚାଳୟ ବର୍ତ୍ତମାନ ଅଚଳ ଅବସ୍ଥାରେ । ଯେଉଁଥିପାଇଁ ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ସହରକୁ ଆସୁଥିବା ହଜାର ହଜାର ଜନ
ସରକାରଙ୍କ ସ୍ବଚ୍ଛ ଅଭିଯାନ ଠୁ ବହୁ ଦୂରରେ ପାରଳାଖେମୁଣ୍ଡି ପୌରପରିଷଦ । ପୌର ପ୍ରଶାସନ ପକ୍ଷରୁ ସହରର ସୁବାଷ ନଗର, ସଦରା ବନ୍ଧ, ମେଦିରି ସାହି, ନୂଆ ବସଷ୍ଟାଣ୍ଡ ପରିସର ଆଦି ବିଭିନ୍ନ ସ୍ଥାନରେ ରହିଛି ୧୦ ରୁ ଅଧିକ ଶୌଚାଳୟ । କିନ୍ତୁ ସବୁ ଅଚଳ । କିଛି ଭାଙ୍ଗିରୁଜି ଗଲାଣି, ଆଉ କିଛିରୁ ତାଲା ଖୋଲିପାରୁନି । ସମସ୍ୟା ସମ୍ପର୍କରେ ପୌର ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ସ୍ଥିତି ଦେଖି ଲାଗୁଛି କେଉଁଟା ମରାମତି କରିବ ଆଉ କେଉଁଟିରୁ କାର୍ଯ୍ୟକାରୀ କରିବ ପୌରପରିଷଦ ନିଷ୍ପତ୍ତି ନେଇପାରୁନି।
ଅଧିକ ପଢ଼ନ୍ତୁ : ପାରଳା ରାଜପ୍ରାସାଦ ଭଳି ଦେଖାଯିବ ପାରଳାଖେମୁଣ୍ଡି ରେଳ ଷ୍ଟେସନ: ରେଳବାଇ ପକ୍ଷରୁ ଚାଲିଛି ସୌନ୍ଦର୍ଯ୍ୟକରଣ କାମ
ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୋଟିଏ ବି ଶୌଚାଳୟ ନଥିବାରୁ ଲୋକ ବାହାରେ ରାସ୍ତାକଡ଼ରେ ପରିସ୍ରା କରୁଛନ୍ତି । ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ପାରଳା ପୌର ପରିଷଦ ନିର୍ବାହୀ ଅଧିକାରୀ କହୁଛନ୍ତି, ସହରରେ ୧୬ଟି ଶୌଚାଳୟ ରହିଛି, ସେଥିମଧ୍ୟରୁ ୪ଟି ସୁଲଭକୁ ହସ୍ତାନ୍ତର ହୋଇଛି। ଆଉ ୩ଟି କର୍ମଚାରୀ ଅଭାବରୁ କାର୍ଯ୍ୟକାରୀ ହୋଇପାରିନି । ବାକି ଗୁଡ଼ିକର ମରାମତି ପାଇଁ ଆସନ୍ତା ବୈଠକରେ ପ୍ରସ୍ତାବ ଦିଆଯିବ । କେବେ ବର୍ଷ ବର୍ଷ ଧରି ଅଚଳ ପଡ଼ିଥିବା ଶୌଚାଳୟକୁ କାର୍ଯ୍ୟକ୍ଷମ କରିବା ଦିଗରେ ପୌର ପ୍ରଶାସନ ପଦକ୍ଷେପ ନେବ ତାକୁ ଅପେକ୍ଷା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/10/gajapati-2026-01-10-20-02-17.jpg)