କନକ ବ୍ୟୁରୋ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ଭରତପୁର ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଅଘଟଣ । କଟକ ଜିଲ୍ଲା ବାଙ୍କୀ ଥାନା ସିଂହନାଥପୁରର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ହୋଇଛି ମୃତ୍ୟୁ । ଅଗଷ୍ଟ ୨୯ ତାରିଖ ଦିନ ଡିଅର ଲାଇଭ ହିଲିଂ ନାମକ ନିଶା ନିବାରଣ କେନ୍ଦ୍ରରେ ସୂର୍ଯ୍ୟକାନ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଥିବା ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଜଣାଯାଇଥିଲା । କିନ୍ତୁ ପରିବାର ଲୋକେ ପହଁଚିବା ବେଳକୁ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ ଆଣିଥିଲେ । ମୃତ ବ୍ୟକ୍ତିଙ୍କ ବୟସ ୨୮ ବର୍ଷ । ତୁରନ୍ତ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛି ପରିବାର । ସେପଟେ ନିଶା ନିବାରଣ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ଭୁବନେଶ୍ବର ଭରତପୁର ଅଞ୍ଚଳରେ ଅଘଟଣ
ଅଗଷ୍ଟ ୨୯ ତାରିଖ ଦିନ ଡିଅର ଲାଇଭ ହିଲିଂ ନାମକ ନିଶା ନିବାରଣ କେନ୍ଦ୍ରରେ ସୂର୍ଯ୍ୟକାନ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଥିବା ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଜଣାଯାଇଥିଲା ।
/kanak/media/media_files/2025/09/03/50-2025-09-03-13-34-20.jpg)