କନକ ବ୍ୟୁରୋ: ପୁଣି ନିଶା ନିବାରଣ କେନ୍ଦ୍ର ବିରୋଧରେ ସଂଘାତିକ ଅଭିଯୋଗ । ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ । ବ୍ରହ୍ମପୁର ଲାଠି ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜଣକ ମୃତ୍ୟୁ । ଆଜି ଭୋରରୁ ଯୁବକଙ୍କ ମୃତ୍ୟୁ ହୋଇଛି ।
ମୃତକ ଜଣକ ହେଲେ ନିମଖଣ୍ଡି ଥାନା ଅଞ୍ଚଳର ଅଶୋକ କୁମାର ପାଣିଗ୍ରାହୀ । ଅଶୋକକୁ ନିଶା ନିବାରଣ କେନ୍ଦ୍ରର ସଦସ୍ୟମାନେ ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା ଅଭିଯୋଗ ଆଣିଛନ୍ତି ଅଶୋକ ସ୍ତ୍ରୀ । ବର୍ତ୍ତମାନ ତାଙ୍କ ମୃତଦେହ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ରହିଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/05/death-2025-10-05-16-36-29.jpg)