କନକବ୍ୟୁରୋ : ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଯାଜପୁର ରୋଡ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯାଜପୁର ରୋଡ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଫକିରପୁର ଅଞ୍ଚଳର ଜୀବନ ମଲ୍ଲିକ । ମୃତ ଯୁବକଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଅକୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।ଏନେଇ ଥାନାରେ ଏତଲା ଦିଆଯାଇଛି । ଯାଜପୁର ରୋଡ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ମିଶି ତଦନ୍ତ ଜାରି ରଖିଛି ।
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ଯାଜପୁର ରୋଡ ନିଶା ନିବାରଣ କେନ୍ଦ୍ରରେ ଆନନ୍ଦପୁର ଅଞ୍ଚଳର ଯୁବକଙ୍କ ମୃତ୍ୟୁ
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଯାଜପୁର ରୋଡ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯାଜପୁର ରୋଡ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ
/kanak/media/media_files/2025/08/03/5-2025-08-03-07-33-38.jpg)