କନକ ବ୍ୟୁରୋ: ମହିଳା ପୁଲିସ କନେଷ୍ଟବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ନୂଆପଡ଼ା ରେଲୱେ ଫାଟକ ନିକଟ ଏକ ଗଛରୁ ବିବାହିତ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ନୂଆପଡ଼ା ପୁଲିସ । ମୃତକ ହେଲେ ନୂଆପଡ଼ା ସଦର ଥାନାର କନେଷ୍ଟବଳ ରୁକ୍ମିଣୀ ନାଗ । ସେ ସଦର ଥାନା ଅନ୍ତର୍ଗତ ରାଧାକୃଷ୍ଣପଡ଼ାରେ ରହୁଥିବା ବେଳେ ଆଜି ରେଲୱେ ଫାଟକ ନିକଟ ଏକ ଗଛରେ ଓଢ଼ଣି ସାହାଯ୍ୟରେ ଝୁଲିପଡିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ମୁଖ୍ୟଡାକ୍ତରଖାନକୁ ପଠାଇଛି । ତେବେ ମହିଳା ପୁଲିସ କର୍ମଚାରୀ କାହିଁକି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି। ମୃତ ପୁଲିସ କର୍ମଚାରୀଙ୍କ ସ୍ବାମୀ ମଧ୍ୟ ପୁଲିସ ବିଭାଗରେ କାମ କରୁଥିବା ଜଣାପଡିଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us