କନକ ବ୍ୟୁରୋ : ବେଙ୍ଗାଲୁରୁରେ ଓଡିଆ ରାପର ଅଭିନବ ସିଂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି  । ଅଭିନବ ସିଂ ବେଙ୍ଗାଲୁରରେ ସାଙ୍ଗମାନଙ୍କ ସହ ରହୁଥିଲେ । ଇଞ୍ଜିନିୟରଂ ପଢିଥିବା ଅଭିନବ ସିଂ ରାପର ଭାବେ ବେଶ ଜଣାଶୁଣା ଥିଲେ । ସୋମବାର ରାତିରେ ସେ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୀର୍ଘଦିନ ହେଲା ପତ୍ନୀଙ୍କ ସହ ଅଭିନବଙ୍କର ପାରିବାରିକ କଳହ ଲାଗିରହିଥିଲା ତେଣୁ ସେ ଚାପରେ ଥିଲେ । ପତ୍ନୀଙ୍କ ନିର୍ଯାତନା ସହିନପାରି   ଅଭିନବ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିନବଙ୍କ ମାଆ ଅଭିଯୋଗ ଆଣିଛନ୍ତି ।

Advertisment

ସୋମବାର ରାତିରେ ଅଭିନବଙ୍କ ମାଆ ଅଭିନବଙ୍କୁ ଫୋନ କରିଥିଲେ । ଫୋନ ନ ଉଠାଇବା କାରଣରୁ ସାଙ୍ଗଙ୍କ ସହ ଯୋଗାଯୋଗ କରିଥିଲେ । ସାଙ୍ଗମାନେ ପରେ ଅଭିନବ ନିଜ ରୁମରେ ଅସ୍ବାଭାବିକ ଭାବେ ପଡିଥିଲେ । ପାଖରୁ ବିଷବୋତଲ ଓ ସୁଇସାଇଡ ନୋଟକୁ ଜବତ କରିଛି ପୁଲିସ । ଅଭିନବ ବେଙ୍ଗାଲୁରୁରେ ରହୁଥିବାବେଳେ  ତାଙ୍କ ସ୍ତ୍ରୀ ଭୁବନେଶ୍ବରରେ ରହୁଥିଲେ । ଦମ୍ପତ୍ୟ ଜୀବନରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବହୁତ ଦିନ ହେଲା କଳହ ଲାଗିରହିଥିଲା । ଏହା ହିଁ ତାଙ୍କର ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଅଭିନବଙ୍କ ମୃତଦେହକୁ କଟକ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଛି । କୁହାଯାଏ, ସଙ୍ଗୀତକୁ ଭଲପାଉଥିବା ଲୋକେ ଖୁସିରେ ରହିବାକୁ ଚାହିଁଥାନ୍ତି । କିନ୍ତୁ ଅଭିନବ କିଭଳି ସଙ୍ଗୀତକୁ ଭଲ ପାଇ ଜୀବନକୁ ହାରିଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।