କନକ ବ୍ୟୁରୋ : ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ । ଗତକାଲିଠୁ ଘରେ ପଡିରହିଛି ମୃତଦେହ । ଗଞ୍ଜାମ ପାଟପୁର ଥାନା କଲରାପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ପୁଷ୍ପା ସାହୁଙ୍କ ପରିବାର ଲୋକ । ଶେରଗଡ଼ ଥାନା ଚିକିଲି ଗାଁର ପୁଷ୍ପା ସାହୁ ୧୦ ମାସ ତଳେ କଲରାପଦର ଗାଁର ରାଜେନ୍ଦ୍ର ସ୍ଵାଇଁଙ୍କୁ ବିବାହ କରିଥିଲେ। ବାହାଘର ବେଳେ ଦାବି ମୁତାବକ ସମସ୍ତ ପ୍ରକାର ଜିନିଷ ଦିଆଯାଇଥିଲା ।
ବାହାଘରର କିଛି ମାସ ପରେ ଯୌତୁକ ବାବଦକୁ ପୁଣିଥରେ ୨୦ ହଜାର ଟଙ୍କା ଦେବା ପାଇଁ ପୁଅ ଘର ଲୋକେ କହିଥିବା ଝିଅ ଘର ଲୋକେ ଦେବାକୁ ଅସମର୍ଥ ହୋଇଥିଲେ । ଏଥିପାଇଁ ରାଜେନ୍ଦ୍ରଙ୍କ ପରିବାର ଲୋକେ ପୁଷ୍ପାଙ୍କୁ ନିର୍ଯାତନା ଦେଇ ଆସୁଥିବା ବେଳେ ଶନିବାର ବିଳମ୍ବିତ ରାତିରେ ମାରିଦେଇଥିବା ପୁଷ୍ପାଙ୍କ ବାପା ପାଟପୁର ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ପୁଷ୍ପା ନିଜେ ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକେ ପୋଲିସକୁ ସୂଚନା ଦେଇଛନ୍ତି ।