କନକ ବ୍ୟୁରୋ :ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାରବର୍ଗ। ରାୟଗଡା ଗୁଣପୁର ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ପାରଳାଖେମୁଣ୍ଡି ସହର ଅନ୍ତର୍ଗତ ବିଦ୍ୟା ନଗର ଅଞ୍ଚଳର ରଶ୍ମୀ ରଞ୍ଜନୀ ବଡ଼କୁମାର । 

Advertisment

ସେ ପୋଷ୍ଟାଲରେ ଚାକିରୀ କରୁଥିଲେ ଏବଂ ତାଙ୍କ ସ୍ବାମୀ ପୁଲିସ କନେଷ୍ଟବଳ ଥିବା ଜଣାପଡ଼ିଛି। ୨୦୨୪ ଜୁଲାଇରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଦେବାଶିଷ ମାଝୀଙ୍କୁ ରଶ୍ମୀ ବିବାହ କରିଥିଲେ । ଗତକାଲି ରାତିରେ ଗଣେଶ ନଗର ସ୍ଥିତ ଭଡ଼ା ଘରେ ରଶ୍ମିଙ୍କର ମୃତ୍ୟୁ ଘଟିଛି। ବାହାଘର ପରେ ଯୌତୁକ ପାଇଁ ଝିଅକୁ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଉଥିଲେ। ଏବଂ ଶାଶୁ ଘର ଲୋକ ତାଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ରଶ୍ମୀଙ୍କ ବାପା। । ଅଭିଯୋଗକୁ ଆଧାର କରି ଗୁଣପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏବଂ ଶବକୁ ଜବତ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି ।