କନକ ବ୍ୟୁରୋ:କଟକର ଓଲଟପୁରରୁ ମିଳିଲା ଯୁବ ଫିଜିଓଥେରାପିଷ୍ଟଙ୍କ ମୃତଦେହ। ଆସାମର ଯୁବ ଫିଜିଓଥେରାପିଷ୍ଟ ରୁହନ କାକାଟିଙ୍କ ମୃତଦେହ ତାଙ୍କ ରହୁଥିବା ଭଡା ଘର ପଛପଟୁ ଉଦ୍ଧାର କରାଯାଇଛି। ଆଜି ସକାଳେ ତାଙ୍କ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ସ୍ପଷ୍ଟ କାରଣ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ।
ତେବେ ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ପୁଲିସ ତଦନ୍ତ କରୁଛି। ରୁହନ କାକାଟି ଆସାମର ଏକ ଶିକ୍ଷାନୁଷ୍ଠାନରୁ ଫିଜିଓଥେରାପି ପାଠ ଶେଷ କରି ପ୍ରାୟ ଚାରି ବର୍ଷ ପୂର୍ବେ କଟକର ଓଲଟପୁର ସ୍ଥିତ ନିର୍ତାରରେ ଇଣ୍ଟର୍ଣ୍ଣସିପ ପାଇଁ ଆସିଥିଲେ। ପରେ ସେ ଓଲଟପୁରରେ ଭଡା ଘରେ ରହି ଫିଜିଓଥେରାପି କାର୍ଯ୍ୟ କରୁଥିଲେ। ସମୟ ମିଳିଲେ ସେ ଆସାମକୁ ଯାଉଥିଲେ।
ଆହୁରି ପଢ଼ନ୍ତୁ:କେନ୍ଦ୍ରାପଡ଼ା ରାଜନଗର ଜୁଣଗଡି ଗାଁରେ ଅଘଟଣ, ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଲେ ଚାଷୀ ତ୍ରିଲୋଚନ ନାୟକ
ଗତକାଲି ସେ ଆସାମରୁ ଫେରିଥିବା ସୂଚନା ମିଳିଛି। ତାଙ୍କ ସହ ଆଉ ଜଣେ ଆସାମର ବନ୍ଧୁ ମଧ୍ୟ ଥିଲେ। ଦୁଇ ମହଲା ଘରରେ ରହୁଥିବା ବେଳେ ଆଜି ସକାଳେ ତାଙ୍କ ମୃତଦେହ ଘର ପଛପଟୁ ମିଳିବା ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ରୁହନଙ୍କ ସହ ରହୁଥିବା ବନ୍ଧୁଙ୍କୁ ପୁଲିସ ଅଧିକ ପଚରାଉଚରା କରୁଛି। ପରିସ୍ଥିତିକୁ ଦେଖି ଏହା ଦୁର୍ଘଟଣା, ଆତ୍ମହତ୍ୟା କିମ୍ବା ଅନ୍ୟ କୌଣସି ଅପରାଧ ସେଥିପାଇଁ ସ୍ପଷ୍ଟ ତଥ୍ୟ ଆସିବା ପର୍ୟ୍ୟନ୍ତ ଅପେକ୍ଷା କରାଯାଉଛି। ପୁଲିସ ଘଟଣାର ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି। ତେବେ ରୁହନର ପରିବାର ସହ ଏଯାବତ ଯୋଗାଯୋଗ ହୋଇପାରୁନଥିବା ପୋଲିସ କହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/26/istockphoto-1269125708-612x612-2026-02-26-12-55-38.jpg)