ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ : ତଳେ ପଡ଼ିଯିବାରୁ ମୃତ୍ୟୁ ହୋଇଥିବା କହୁଛନ୍ତି କର୍ତ୍ତୃପକ୍ଷ, ମୃତ୍ୟୁର କାରଣ ଖୋଜୁଛି ପୁଲିସ

ମୃତ ଛାତ୍ରୀ କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ଝିଅ ବୋଲି ଜଣାପଡ଼ିଛି । ଘରେ ପଡ଼ିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ବିକାଶ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

Girl

Girl Photograph: (KanakNews)

କନକ ବ୍ୟୁରୋ : ବରଗଡ଼ ଜିଲ୍ଲା ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଛାତ୍ରୀ କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ଝିଅ ବୋଲି ଜଣାପଡ଼ିଛି । ଘରେ ପଡ଼ିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ବିକାଶ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ମୃତ ଛାତ୍ରୀଙ୍କ ଶବକୁ ବର୍ତ୍ତମାନ ବିକାଶ ମେଡ଼ିକାଲରେ ରଖାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ । ଛାତ୍ରୀଙ୍କର କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତା’ର କାରଣ ସ୍ପଷ୍ଟ ହୋଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe