କନକବ୍ୟୁରୋ : ନାବାଳିକା ଝିଅର ସନ୍ଦେହଜନକ ମୃତ୍ୟୁ  ।  ଫୁଲବାଣୀ ଟାଉନ ଥାନା ପିଅନପଡ଼ାରେ ଜଣେ ୧୦ ବର୍ଷର ଝିଅର ସନ୍ଦେହ ଜନକ ମୃତ୍ୟୁ ହୋଇଛି  ।  ତାଙ୍କ ନିଜ ଘର କବାଟରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । 

Advertisment

ତାକୁ ତାର ନିଜ ସମ୍ପର୍କୀୟ ନାବାଳକ ଭାଇ ହତ୍ୟା କରି ଏଭଳି କବାଟରେ ଝୁଳାଇ ଦେଇଥିବା ସନ୍ଦେହ କରାଯାଉଛି ।    ଶିଶୁର ବାପା ମା’ କେହି ଘରେ ନଥିବା ସମୟରେ ଏହି ଅଘଟଣ ଘଟିଛି  ।   ଝିଅର ବାପା ମା’ ଘରକୁ ଫେରି ଝିଅର ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ  ।  ତାକୁ ସଙ୍ଗେ ସଙ୍ଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ  ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।   ଘଟଣା ନେଇ ଫୁଲବାଣୀ ଟାଉନ ଥାନା  ପୁଲିସ ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରହିଛି ।