କନକ ବ୍ୟୁରୋ: ଭୁବନେଶ୍ୱର ବିମାନ ବନ୍ଦର ବାହାରେ ସନ୍ଦିଗ୍ଧ ବ୍ୟାଗ୍ । ଲଗେଜ ଟ୍ରଲିରେ ରହିଥିଲା ବ୍ୟାଗ । ବ୍ୟାଗକୁ ଯାଞ୍ଚ କରୁଛି ଡଗ୍ ଓ ବମ୍ ସ୍କ୍ୱାଡ୍ । ଯାଞ୍ଚ ପରେ ସନ୍ଦିଗ୍ଧ ବ୍ୟାଗ ଜବତ । ତେବେ ବ୍ୟାଗ କେମିତି କେଉଁଠୁ ଆସିଲା ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ୟାଗ ମିଳିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ଘଟଣା ପରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ଓଡିଶାର ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ସନ୍ଦିଗ୍ଧ ଗତିବିଧିକୁ ନଜରରେ ରଖିଛନ୍ତି ସୁରକ୍ଷା ବାହିନୀ । ହେଲେ ଏହାରି ଭିତରେ ସନ୍ଦିଗ୍ଧ ବ୍ୟାଗ ମିଳିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/05/09/yaqxviPueYvTVcQB772o.jpg)