ମିଶନ ଶକ୍ତି ନୁହେଁ, ଏଥର ସୁଭଦ୍ରା ଶକ୍ତି ମେଳା ; ବଢ଼ିଲା ସନ୍ଦେହ, ହଜିଯିବ କି ମିଶନ ଶକ୍ତି ନାଁ?

ପାଦେ ପାଦେ ଆଗକୁ ଯାଉଛି ମହିଳା ଓ ଶିଶୁ ବିକାଶ ବିଭାଗ ।  ଆସନ୍ତାକାଲିଠୁ ହେବ ସୁଭଦ୍ରା ଶକ୍ତି ମେଳା। ପୂର୍ବଭଳି ସ୍ବୟଂ ସହାୟିକା ଗୋଷ୍ଠୀ ହେବେ ସାମିଲ । ହେଲେ, ବ୍ୟବହାର ହେଲାନି ମିଶନ ଶକ୍ତି ନାଁ ।ବିରୋଧୀଙ୍କ ମତ, ରଂଗ  ଓ ନାମ ପରିବର୍ତ୍ତନରେ ଏମାନେ ମାହିର। 

Subhadra shakti

Subhadra shakti Photograph: (kanakNews)

କନକ ବ୍ୟୁରୋ : ସ୍ବୟଂ-ସହାୟିକା ଗୋଷ୍ଠୀଙ୍କୁ ନେଇ ସୁଭଦ୍ରା ଶକ୍ତି ମେଳା ହେବ। ଏସଏଚଜିର ମହିଳା ଯୋଗ ଦେବେ। ହେଲେ, ଏହି ମେଳାରେ ମିଶନ ଶକ୍ତି ନାଁ ବ୍ୟବହାର ହେବ ନାହିଁ। ଏନେଇ ଉପମୁଖ୍ୟମନ୍ତ୍ରୀ ଦେଇଥିବା ନୂଆ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଚର୍ଚ୍ଚା ହେଉଛି, ଆଗକୁ ହୁଏତ ବନ୍ଦ ହୋଇଯିବ ମିଶନ ଶକ୍ତି, ଆଉ ନୂଆ ନାଁରେ ଆସିବ। 
 
ରାଜ୍ୟରେ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସ୍ବୟଂ ସହାୟିକା ମହିଳା ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। କିନ୍ତୁ ହେବାକୁ ଯାଉଥିବା ମେଳାର ନାଁ ରହିଛି ସୁଭଦ୍ରା ଶକ୍ତି ମେଳା। ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବୟାନ ଦେବା ପରେ ବିରୋଧୀଙ୍କ ସନ୍ଦେହକୁ ବଳ ଦେଇଛି। ଆଗକୁ ସୁଭଦ୍ରା ଶକ୍ତି ଶକ୍ତିଶାଳୀ ହୋଇପାରେ ଓ ମିଶନ ଶକ୍ତି ନାଁ ସତ୍ତା ହରାଇପାରେ ବୋଲି ଆଲୋଚନା ହେଉଛି। ଏହାସହ ରିଷ୍ଟ୍ରକଚରକୁ ଜୋର ଦେବା, ମିଶନ ଶକ୍ତିର ଭବିଷ୍ୟତକୁ ନେଇ ଦ୍ବନ୍ଦ୍ବ ଭିତରକୁ ଠେଲି ଦେଇଛି। 

ନୂଆ ସରକାରରେ ନୂଆ ରୂପରେ ସୁଭଦ୍ରା ଶକ୍ତି ମେଳାର ଆର୍ବିଭାବକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ। ରାଜନୀତିର ଗନ୍ଧ ବାରିବା ସହ ବିରୋଧୀ ବିଜେଡି କହିଛି, ମିଶନ ଶକ୍ତିକୁ କାଉଣ୍ଟର କରିବାକୁ ଯେଉଁ ଯୋଜନା ହୋଇଛି ତାହା ସଫଳ ହେବନି। ଅନ୍ୟପଟେ କଂଗ୍ରେସ କଟାକ୍ଷର ତୀର ମାରି କହିଛି, ନୂଆ ସରକାର ପୂର୍ବରୁ ରଙ୍ଗ ପରିବର୍ତ୍ତନ କରୁଥିଲେ ଏବେ ନାଁ ପରିବର୍ତ୍ତନ କରିବାକୁ ବସିଲେଣି। 

ଏସଏଚଜିର ରିଷ୍ଟ୍ରକଚର ହେବ। ପର୍ୟ୍ୟାୟକ୍ରମେ ନୂଆ ନେତୃତ୍ବ ସୃଷ୍ଟି ହେବେ। ସୁଭଦ୍ରା ଶକ୍ତି ମେଳାକୁ ପ୍ରଭାତୀଙ୍କର ପ୍ରାଥମିକତା ମିଶନ ଶକ୍ତି ନାଁର ଅସ୍ତିତ୍ବକୁ ସଙ୍କଟ ଭିତରକୁ ଠେଲି ଦେଇଛି। ତେଣୁ ପ୍ରଶ୍ନ ଉଠୁଛି :
ମିଶନ ଶକ୍ତି ମେଳାର ସ୍ଥାନ ନେବ କି ସୁଭଦ୍ରା ଶକ୍ତି ମେଳା?
ରିଷ୍ଟ୍ରକଚର ବ୍ୟବସ୍ଥା ମିଶନ ଶକ୍ତିରେ ପକାଇବ କି ପୂର୍ଣ୍ଣଚ୍ଛେଦ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe