ରୁମରେ କାହିଁକି ଝୁଲିପଡିଲେ ପ୍ରିସା : ସନ୍ଦେହରେ କିଟର ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ

ରହସ୍ୟରେ କିଟ୍ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲ ରୁମରେ କାହିଁକି ଝୁଲି ପଡିଲେ ପ୍ରିସା ଶାହ ତଦନ୍ତ କରୁଛି କମିଶନରେଟ୍ ପୋଲିସ୍ । ଘଟଣାସ୍ଥଳରୁ ମୋବାଇଲ ଜବତ । ବାରମ୍ବାର ବିଦେଶୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଘେରିଲେ ବିରୋଧୀ । ମନ୍ତ୍ରୀ କହିଲେ, ଦୋଷୀ ପାଇବେ ଦଣ୍ଡ ।

Nepali student Death ***

Nepali student Death *** Photograph: (KanakNews)

କନକ ବ୍ୟୁରୋ: ନେପାଳୀ ଛାତ୍ରୀ ପ୍ରକୃତିଙ୍କ ମୃତ୍ୟୁକୁ ମାତ୍ର ଦିନ କେଇଟା ପୂରିନଥିବାବେଳେ କିଟରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ଚର୍ଚ୍ଚାର ବିଷୟ ହୋଇଛି। କିଟରେ ପଢୁଥିବା ଛାତ୍ରଛାତ୍ରୀ, କାହିଁକି ଚରମ ନେଉଛନ୍ତି, ତାହା ଚିନ୍ତାର ବିଷୟ ହୋଇଛି। ଅନ୍ୟପଟେ ଏହି ମାମଲାକୁ ନେଇ ପୁଣି ଥରେ ସରଗମର ହୋଇଛି ରାଜ୍ୟ ରାଜନୀତି ।

କିଟ୍ ପିଛା ଛାଡୁନି ବିବାଦ 
ରହସ୍ୟରେ କିଟ୍ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା 
ଫେବ୍ରୁଆରି ୧୬ 
ପ୍ରକୃତି ଲାମସଲଙ୍କ ଆତ୍ମହତ୍ୟା     
ମେ ୧ ତାରିଖ  

ମାତ୍ର ଦିନ କେଇଟା ଭିତରେ ଦୁଇ ଜଣ ନେପାଳୀ ଛାତ୍ରୀ କିଟ୍ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଆତ୍ମହତ୍ୟା କରିବା ଖବର ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଦିନେ ଯେଉଁ ବିଶ୍ବବିଦ୍ୟାଳୟ ଭଲ ଶିକ୍ଷା ପାଇଁ ନାଁ କମାଇଥିଲା, ସେଠି କାହିଁକି ଜଣଙ୍କ ପରେ ଜଣେ ଛାତ୍ରୀ ଆତ୍ମହତ୍ୟା କରୁଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ବିଶେଷପରି ବିଦେଶୀ ଛାତ୍ରୀଙ୍କ ଆତ୍ମହତ୍ୟା ବିଶ୍ବବିଦ୍ୟାଳୟପାଇଁ ମୁଣ୍ଡବଥାର କାରଣ ପାଲଟିଛି। 

ସବୁଦିନ ପରି ସନ୍ଧ୍ୟା ସମୟରେ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କର ଆଟେଣ୍ଡାନ୍ସ ନିଆଯିବା ସମୟରେ ଅନୁପସ୍ଥିତ ଥିଲେ ନେପାଳୀ ଛାତ୍ରୀ ପ୍ରିସା ଶାହ। କେଉଁ କାରଣରୁ ପ୍ରିସା ଅନୁପସ୍ଥିତ ଅଛନ୍ତି ଜାଣିବା ପାଇଁ ତାଙ୍କ ରୁମକୁ ଯିବା ପରେ ଯେଉଁ ଦୃଶ୍ୟ ସାମନାକୁ ଆସିଥିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଏନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ କିଟ୍ ମୁଖିଆ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । 

ବିବାଦ ବଢ଼ୁଥିବାବେଳେ ଫରେନସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରିସାଙ୍କ ମୋବାଇଲ ଜବତ କରିବା ସହ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଯୋଗାଡ କରିଛି। ଅନ୍ୟପଟେ ଏହି ପ୍ରସଙ୍ଗରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି, ଯିଏ ଦୋଷୀ ସେ ଦଣ୍ଡ ପାଇବ। ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା ଟ୍ବିଟ୍ କରି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆତ୍ମହତ୍ୟାର କାରଣ ସାମ୍ନାକୁ ଅଣାଯାଉ ବୋଲି ଦାବି କରିଛନ୍ତି। ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଦୁଃଖ ପ୍ରକାଶ କରାଯିବା ସହ ପୂରା ନଜର ରଖାଯାଇଛି ବୋଲି ସୂଚନା ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe