କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନିଷ୍ଠ କିରାଣିଙ୍କ କଳା କାରନାମା । ଅର୍ଥ ହେରଫେର ଅଭିଯୋଗରେ କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କ ନାମରେ ମାମଲା ରୁଜୁ । ଅନୁଗୁଳ ଥାନାରେ ସୁବ୍ରତ ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାମଲା ପରେ ସୁବ୍ରତ ବେହେରାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ । ନିଜ ବ୍ୟାଙ୍କ ଆକାଉଣ୍ଟକୁ ଦରମା ସହ କୋଟି କୋଟି ଟଙ୍କା ଅତିରିକ୍ତ ନେବା ଏବଂ ବହୁ ଡାକ୍ତରଙ୍କୁ ବି ଚୂନା ଲଗାଇଛନ୍ତି ଏହି କନିଷ୍ଠ କିରାଣି । ଡାକ୍ତରମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଧିକ ଦରମା ପଠାଇ ପରେ ଟ୍ରେଜେରିରେ ଫେରସ୍ତ କରିବାକୁ କହି ସେମାନଙ୍କ ଠାରୁ ନଗଦ ନେଇଛନ୍ତି । ଆଉ ଡାକ୍ତରଙ୍କ ସନ୍ଦେହ ଦୂର କରିବାକୁ ନକଲି ଚାଲାଣ ଧରାଇଥିବା ଜଣାପଡ଼ିଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us