କନକ ବ୍ୟୁରୋ: ରାଜ୍ୟ ବିଜେପି ଅଫିସରୁ ଧକ୍କା ଦେଇ ସୁନୀତି ମୁଣ୍ଡଙ୍କୁ ବାହାର କରିଛନ୍ତି ବିଜେପି କର୍ମୀ । ଗତଦୁଇ ଦିନ ପୂର୍ବରୁ ହିଁ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ ଦଳର ସଭାପିତ । ଏହାପରେ ଆଜି ସେ ରାଜ୍ୟ ବିଜେପି ସଭାପତିଙ୍କୁ ଭେଟିବାକୁ ପହଞ୍ଚିଥିଲେ । ହେଲେ ଏହି ସମୟରେ ତାଙ୍କର ବିରୋଧ କରିଥିଲେ ଉପସ୍ଥିତ ଥିବା କର୍ମୀ । ଅଫିସ ଭିତରୁ ତାଙ୍କୁ ତଡ଼ି ବାହାରେ ଆଣି ଛାଡ଼ିଲେ କର୍ମୀ । ଏହାପରେ ପ୍ରତିକ୍ରିୟା ଦେଇଛନ୍ତି ସୁନୀତି ମୁଣ୍ଡ ।
ସେ କହିଛନ୍ତି, “ମୁଁ ଦଳରେ ନାହିଁ ବୋଲି କିଏ କହିଲା । ଏଇଟା ମୋ ଘର । ମୋ ଘରକୁ ମୁଁ ଆସିଛି । ମୋ ଘରକୁ ଆସିବାକୁ କେହି ମୋତେ କେହି ରୋକି ପାରିବେନି । ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ହୋଇଛି । ବହୁତ ଶୀଘ୍ର ସବୁ ସତ ସାମ୍ନାକୁ ଆସିବ ।” ଗତ ପୌର ନିର୍ବାଚନରେ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ମେୟର ପାଇଁ ବିଜେପି ପ୍ରାର୍ଥୀ ଥିଲେ ସୁନୀତି ମୁଣ୍ଡ । ହେଲେ ଦଳ ବିରୋଧୀ କାର୍ୟ୍ୟ ଯୋଗୁଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/Oi3dpGzXqgAJsJC6zHgF.jpg)