କନକ ବ୍ୟୁରୋ : ଚାକିରି ନାଁରେ ଠକେଇ ଅଭିଯୋଗରେ ଗିରଫ ହେଲେ ସସ୍ମିତା ମାଝୀ । ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀଙ୍କୁ ଗିରଫ କରିଛି ମାଥିଲି ପୋଲିସ। ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କୁ ଜଗତସିଂହପୁରରୁ ଗିରଫ କରିଛି ମାଥିଲି ପୋଲିସ । ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ୨ ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା ମାଝୀ। ଗତ ତିନି ଦିନତଳେ ରମେଶ ଚନ୍ଦ୍ର ରାଉତଙ୍କୁ ମାଥିଲି ପୁଲିସ ଗିରଫ କରିଥିବା ବେଳେ ସସ୍ମିତା ମାଝୀ ଫେରାର ଥିଲେ। ଗତକାଲି ମାଥିଲି ପୁଲିସ ଜଗତସିଂହପୁରରୁ ସସ୍ମିତା ମାଝୀଙ୍କୁ ଗିରଫ କରି ମାଲକାନଗିରି ଆଣୁଛି। ଭିକେ ପାଣ୍ଡିଆନଙ୍କ ଶଳାର ପରିଚୟ ଦେଇ ରମେଶ ରାଉତ ମାଲକାନଗିରି ଜିଲ୍ଲାର ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ।

Advertisment