କନକ ବ୍ୟୁରୋ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ଗ୍ରାମରେ ସ୍ୱାମୀର ପରକ୍ରୀୟା ପ୍ରୀତି ସନ୍ଦେହକୁ ନେଇ ନିଜ ସ୍ତ୍ରୀ ଓ ତିନୋଟି ନାବାଳିକା ଝିଅଙ୍କୁ ଧରି କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୁଲିସ ପହଁଚି ମା ଏବଂ ତିନି ନାବାଳିକା ଝିଅ ଙ୍କୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ତଦନ୍ତ ଚଳାଇଛି । ଶ୍ୱଶୁରଙ୍କ ଅଭିଯୋଗ ଅନୁଯାଇ  ପୁଅ ସୁଦୂର ହାଇଦ୍ରାବାଦରେ ଥିଲା ବେଳେ ପରିବାରରେ ଆଗରୁ ବହୁତ କଳହ ଲାଗିଥିଲା ବେଳେ ଆଜି ଏହି ଭଳି ଘଟଣା ଘଟିଛି, ଅନ୍ୟ ପଟେ ନାବାଳିକା ଝିଅ ସୂଚନା ଅନୁଯାଇ ତାର ବାପା ଅନ୍ୟ ଏକ ସ୍ତ୍ରୀ ସହିତ କଥା ହେବାରୁ ଆଜି ତାଙ୍କ ମା ଏହି ଭଳି ଘଟଣା ଘଟାଇଛନ୍ତି ।

Advertisment