କନକ ବ୍ୟୁରୋ: ସ୍ୱିଜରଲ୍ୟାଣ୍ଡ ବାରରେ ଭୟଙ୍କର ବମ୍ ବ୍ଲାଷ୍ଟ । ନୂଆବର୍ଷ ଆରମ୍ଭରେ ସ୍ୱିଜରଲ୍ୟାଣ୍ଡରେ ଘଟିଛି ବଡ଼ ଅଘଟଣ । ମିଳିଥିବା ସୂଚନା ଅନୁସାରେ, ଜିରୋ ନାଇଟ୍ ସେଲିବ୍ରେସନ୍ କରୁଥିବା ସମୟରେ ଏକ ବାରରେ ବମବ୍ଲାଷ୍ଟ୍ ଭଳି ଅଘଟଣ ଘଟିଛି । ଏହି ବୋମା ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳର କିଛିଲୋକ ମୃତ୍ୟୁବରଣ କରିଛନ୍ତି । ହେଲେ ତା ପରେ ମଧ୍ୟ କିଏ, କାହିଁକି ଓ କେଉଁଭଳି ପରିସ୍ଥିତିରେ ଏଭଳି ବୋମା ବିସ୍ଫୋରଣ କଲା ପୁଲିସ୍ ସେନେଇ କିଛି ବି ସ୍ପଷ୍ଟ କରିନି ।
ଆହୁରି ପଢ଼ନ୍ତୁ : ନୂଆବର୍ଷରେ ପ୍ରଶାସକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ : ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ
ଏହି ବୋମା ବିସ୍ଫୋରଣ ସ୍ବିଜରଲ୍ୟାଣ୍ଡର ମୋଟାନା ସହରରେ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ରେସ୍କ୍ୟୁ ଟିମ୍ ପହଁଚି ଉଦ୍ଧାର କରୁଛି, ବ୍ଲାଷ୍ଟ୍ ହୋଇଥିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ନିଆଁ ଲାଗିଥିବା ସୂଚନା ରହିଛି ।ଅନ୍ୟପଟେ ଏହି ଅଘଟଣରେ ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ହସ୍ପିଟାଲ ନିଆଯାଇଛି। ହେଲେ ତା ପରେ ମଧ୍ୟ ଆହୁରି କିଛି ଲୋକ ଫସି ରହିଛନ୍ତି ବୋଲି ପୋଲିସ୍ ଅନୁମାନ କରୁଛି। ପୋଲିସର କହିବା ମୁତାବକ ଜିରୋ ନାଇଟ୍ ସେଲିବ୍ରେସନ୍ ଚାଲୁଥିବା ସମୟରେ ଏହି ଅଘଟଣ ଘଟିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/01/switzerland-bomb-blast-2026-01-01-15-48-09.webp)