ସୁଶୀଳା କାର୍କି ହେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ, ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ସେପଟେ ଜେନ-ଜେଡ୍ ଗୋଷ୍ଠୀରେ ବିଭାଜନ ଯୋଗୁ ପରିସ୍ଥିତି ଜଟିଳ ହୋଇଛି। ସାମାଜିକ ଗଣମାଧ୍ୟମକୁ ନିଷେଧ କରିବା ଓ ଦୁର୍ନୀତି ବିରୋଧରେ ମଙ୍ଗଳବାରଠାରୁ ନେପାଳରେ ବ୍ୟାପକ ହିଂସାକାଣ୍ଡ ଆରମ୍ଭ ହୋଇଥିଲା।

71

କନକ ବ୍ୟୁରୋ : ନେପାଳର ଅନ୍ତରୀଣ ସରକାର ପାଇଁ ଲାଗିଥିବା କସରତ ଶେଷ ହୋଇଛି ।  ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ, ସେନାମୁଖ୍ୟ ଅଶୋକରାଜ ସିଗଡେଲ ଓ ଜେନ୍ -ଜେଡ ପ୍ରତିନିଧି ଘନଘନ ଆଲୋଚନା କରି ସୁଶୀଳା କାର୍କିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି ।  ସେପଟେ ଜେନ-ଜେଡ୍ ଗୋଷ୍ଠୀରେ ବିଭାଜନ ଯୋଗୁ ପରିସ୍ଥିତି ଜଟିଳ ହୋଇଛି। ସାମାଜିକ ଗଣମାଧ୍ୟମକୁ ନିଷେଧ କରିବା ଓ ଦୁର୍ନୀତି ବିରୋଧରେ ମଙ୍ଗଳବାରଠାରୁ ନେପାଳରେ ବ୍ୟାପକ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ସାମାଜିକ ଗଣମାଧ୍ୟମ ଉପରୁ କଟକଣା ପ୍ରତ୍ୟାହାର ସତ୍ତ୍ୱେ ଥମି ନଥିଲା ହିଂସାକାଣ୍ଡ। ପ୍ରଧାନମନ୍ତ୍ରୀ ପଦରୁ କେ.ପି ଶର୍ମା ଓଲିଙ୍କ ଇସ୍ତଫା ପରେ ନେପାଳକୁ ସେନା ନିଜ ନିୟନ୍ତ୍ରଣକୁ ନେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe