କନକ ବ୍ୟୁରୋ: ନେପାଳ ସଙ୍କଟରେ ଧୀରେ ଧୀରେ ସୁଧାର ଆସୁଛି । ରାଜନୈତିକ ଅସ୍ଥିରତା ମଧ୍ୟରେ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜେନ ଜି କର୍ମକର୍ତ୍ତା ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ପାଇଁ ମନୋନୟନ କରିଛନ୍ତି । ଏହି ନିଷ୍ପତ୍ତି ୫ ହଜାରରୁ ଅଧିକ ଯୁବକଙ୍କ ସହଭାଗିତାରେ ଦେଶବ୍ୟାପୀ ଭର୍ଚୁଆଲ ବୈଠକରେ ନିଆଯାଇଛି । ଜେନଜିଙ୍କ ଏହି ପ୍ରସ୍ତାବକୁ ନେପାଳର ବିଭିନ୍ନ ରାଜନୈତିକ ଦଳ, ସଂଗଠନ ଓ ଯୁବ ଗୋଷ୍ଠୀଙ୍କ ସମର୍ଥନ ମିଳିଛି । ପ୍ରାରମ୍ଭରେ କାଠମାଣ୍ଡୁ ମେୟର ବାଲେନ ଶାହା ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ ଓ ତାଙ୍କୁ ଦେଶରେ ପରବର୍ତ୍ତି ମୁଖ୍ୟ ଭାବେ ପସନ୍ଦ କରୁଥିଲେ ଜେନଜି କର୍ମକର୍ତ୍ତା । ହେଲେ ବାଲେନ ଶାହା ନେତୃତ୍ୱ ନେବାକୁ ଅମଙ୍ଗ ହେବାରୁ ଏବେ ଜଷ୍ଟିସ ସୁଶୀଳା କାର୍କୀଙ୍କ ନାମକୁ ମନୋନୀତ କରାଯାଇଛି ।
ନେପାଳରେ ସୁଶୀଳା କାର୍କୀ ଅନ୍ତରୀଣ ନେତା ; ଯୁବଗୋଷ୍ଠୀଙ୍କ ସମର୍ଥନ
ନେପାଳରେ ଧିରେ ଧିରେ ସୁଧୁରୁଛି ସ୍ଥିତି । ଅନ୍ତରୀଣ ସରକାର ଗଠନ ପାଇଁ ଫିଟିଲା ବାଟ । ଜେନଜିଙ୍କ ପ୍ରଥମ ପସନ୍ଦ ଜଷ୍ଟିସ ସୁଶୀଳା କାର୍କୀ । ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଦେଲା ସମର୍ଥନ ।ଶୀଘ୍ର କାର୍କୀଙ୍କ ନେତୃତ୍ୱରେ ହୋଇପାରେ ସରକାର ଗଠନ ।
/kanak/media/media_files/2025/09/11/5-2025-09-11-07-52-24.jpg)