କନକ ନ୍ୟୁଜ୍ : ପବିତ୍ର ରାଖୀ ପୂର୍ଣ୍ଣିମାରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ତାଙ୍କ ଭଉଣୀ ଶ୍ଵେତା ସିଂ କୀର୍ତ୍ତି ଏକ ଭାବପୂର୍ଣ୍ଣ ନୋଟ୍ ଲେଖିଛନ୍ତି, ଯେଉଁଥିରେ ସେ ତାଙ୍କ ଭାଇଙ୍କ ପାଇଁ ଅନେକ କଥା କହିଛନ୍ତି । ଇନଷ୍ଟାଗ୍ରାମରେ ସେ ସୁଶାନ୍ତଙ୍କ ସହିତ ବିତାଇଥିବା ଭଉଣୀମାନଙ୍କର କିଛି ଅଭୁଲା ମୁହୂର୍ତ୍ତର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଶ୍ଵେତା କହିଛନ୍ତି ଯେ ସେ ଆଜି ବି ତାଙ୍କୁ ନିଜ ଆଖପାଖରେ ଅନୁଭବ କରିପାରୁଛନ୍ତି । ଏହି ଭିଡିଓରେ ସୁଶାନ୍ତ ଭଉଣୀମାନଙ୍କ ସହିତ ମଜା କରୁଥିବା ମୁହୂର୍ତ୍ତଗୁଡ଼ିକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ଏଥିମଧ୍ୟରୁ କିଛି ଝଲକ ଶ୍ଵେତାଙ୍କ ବିବାହର ମଧ୍ୟ ଦେଖିବାକୁ ମିଳୁଛି । ଭିଡିଓରେ ଶ୍ଵେତାଙ୍କ ଇଣ୍ଟରଭ୍ୟୁର ଏକ ଝଲକ ମଧ୍ୟ ରହିଛି ଯେଉଁଥିରେ ସେ କହୁଛନ୍ତି, 'ଆମ ଦୁହିଁଙ୍କର ପ୍ରୋଗ୍ରାମିଂ ସମାନ ଥିଲା... କାରଣ ଆମେ ସବୁବେଳେ ଏକାଠି ରହୁଥିଲୁ, ଏକାଠି ଖାଉଥିଲୁ, ଏକାଠି ଖେଳୁଥିଲୁ ଏବଂ ଏକାଠି ଶୋଉଥିଲୁ... ସବୁକିଛି ଏକାଠି ହିଁ କରୁଥିଲୁ । ସେ ବହୁତ ଖୁସ ମିଜାଜର ପିଲା ଥିଲା ।

Advertisment
Sweta
Sweta Photograph: (Google)

ଏହି ଭିଡିଓ କ୍ୟାପ୍ସନରେ ସେ ଲେଖିଛନ୍ତି, 'କେବେ କେବେ ଏମିତି ଲାଗୁଛି ଯେମିତି ତୁମେ କୁଆଡ଼େ ଯାଇନାହଁ । ତୁମେ ଏବେ ବି ଏଇଠି ଅଛ, କିନ୍ତୁ ଦେଖାଯାଉନାହଁ । ସୁଶାନ୍ତ କ'ଣ ମୁଁ ତୁମକୁ ସତରେ ଆଉ କେବେ ଦେଖିପାରିବି ନାହିଁ ? ତୁମର ସ୍ୱର ଧୁଆଁଳିଆ ସ୍ମୃତି ହୋଇଯାଇଛି ଯାହାକୁ ମୁଁ ବୁଝିପାରୁନାହିଁ ..’ ସେ ଆହୁରି ଲେଖିଛନ୍ତି, 'ତୁମକୁ ହରାଇବାର ଦୁଃଖ ଏତେ ଗଭୀର ଯେ ତା’ ଆଗରେ ଶବ୍ଦ ସଙ୍କୁଚିତ ହୋଇଯାଏ । ଏହା ମୋ ଭିତରେ ଚୁପଚାପ ରହେ, ଏତେ ପବିତ୍ର ଯେ ଜୋରରେ ବ୍ୟକ୍ତ କରିହୁଏ ନାହିଁ, ଏତେ ବିଶାଳ ଯେ ତାକୁ ଏକାଠି କରିହୁଏ ନାହିଁ ଏବଂ ବିତୁଥିବା ପ୍ରତିଟି ଦିନ ସହିତ ଏହା ଗଭୀର ହେବାକୁ ଲାଗେ । ମୁଁ ଜାଣେ ଆମେ ପୁଣିଥରେ ଭେଟ ହେବା ଭାଇ। ଯେଉଁଠି ସମୟର ମୂଲ୍ୟ ନଥିବ ,  ଯେଉଁଠାରେ ଆତ୍ମାମାନେ ପରସ୍ପରକୁ ନାମ ଦ୍ଵାରା ନୁହେଁ ବରଂ ପ୍ରେମର ନୀରବ ଭାଷା ଦ୍ଵାରା ଚିହ୍ନିଥା’ନ୍ତି । ସେପର୍ଯ୍ୟନ୍ତ ମୁଁ ଏଇଠି ଅଛି, ନିଜ ହୃଦୟରେ ତୁମ ହାତରେ ରାକ୍ଷୀ ବାନ୍ଧୁଛି । ପ୍ରାର୍ଥନା କରୁଛି କି ତୁମେ ଯେଉଁଠାରେ ବି ଥାଅ, ଖୁସି, ଶାନ୍ତି ଏବଂ ଆଲୋକରେ ଘେରି ରହିଥାଅ । ବିଦାୟ, ଯେପର୍ଯ୍ୟନ୍ତ ଆମେ ପୁଣିଥରେ ନ ଭେଟିବା । ତୁମର ପ୍ରିୟ ଗୁଡିଆ ଦି ..’

ତେବେ ଜୁନ୍ ୧୪ ତାରିଖ ୨୦୨୦ ବାନ୍ଦ୍ରାରେ ସୁଶାନ୍ତ ସିଂ ରାଜପୁତଙ୍କର ନିଜ ଘରେ ରହସ୍ୟମୟ ଭାବରେ ମୃତଦେହ ମିଳିଥିଲା । କୁହାଯାଉଥିଲା ଯେ ପ୍ରଥମେ ଏହି ମାମଲା ଆତ୍ମହତ୍ୟାର ଥିଲା କିନ୍ତୁ ପରେ ହତ୍ୟାର ଆଶଙ୍କା କରି ପରିବାରର ଦାବି ପରେ ଏହି ମାମଲାର ଯାଞ୍ଚ CBIକୁ ଦିଆଗଲା । ନିକଟରେ CBIର ଶେଷ ରିପୋର୍ଟରେ ମୃତ୍ୟୁର ଅସଲ କାରଣ ଆତ୍ମହତ୍ୟା ବୋଲି କୁହାଯାଇଛି । ଠିକ ୪ ବର୍ଷ ୬ ମାସ ୧୫ ଦିନ ପରେ CBI ଏହି ମାମଲାରେ ଫାଇନାଲ କ୍ଲୋଜର ରିପୋର୍ଟ ଫାଇଲ କଲା ଯେଉଁଥିରେ ଏଜେନ୍ସି କହିଲା କି ଆତ୍ମହତ୍ୟା ପାଇଁ ସୁଶାନ୍ତଙ୍କୁ ଉସକାଇବାର କୌଣସି ପ୍ରମାଣ ମିଳିନାହିଁ ।