ଅଲିମ୍ପିକ୍ସ ସ୍ବର୍ଣ୍ଣ ଉପରେ ସୂର୍ଯ୍ୟକୁମାରଙ୍କ ଲକ୍ଷ୍ୟ

Advertisment

ଅହମଦାବାଦଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି “ଭୁଲିଯାଅ ନାହିଁ ଯେ ଆମର ପରବର୍ତ୍ତି ଲକ୍ଷ୍ୟ ହେଉଛି ଅଲିମ୍ପିକ୍ସ ସ୍ବର୍ଣ୍ଣ ଓ ସେହି ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା’’।

ଅହମଦାବାଦଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି “ଭୁଲିଯାଅ ନାହିଁ ଯେ ଆମର ପରବର୍ତ୍ତି ଲକ୍ଷ୍ୟ ହେଉଛି ଅଲିମ୍ପିକ୍ସ ସ୍ବର୍ଣ୍ଣ ଓ ସେହି ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା’’।

Surya kUmar

Surya kUmar Photograph: (Kanak news)

କନକ ବ୍ୟୁରୋ: ଭାରତୀୟ ଦଳକୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା କରିବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳର ପରବର୍ତ୍ତି ଲକ୍ଷ୍ୟ ସ୍ଥିର କରିଛନ୍ତି। ପ୍ରଥମ ଲକ୍ଷ୍ୟ ହେଉଛି ୨୦୨୮ ଲସ୍‌ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟ ଓ ସେହିବର୍ଷ ପୁଣି ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟ। ଅହମଦାବାଦଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି “ଭୁଲିଯାଅ ନାହିଁ ଯେ ଆମର ପରବର୍ତ୍ତି ଲକ୍ଷ୍ୟ ହେଉଛି ଅଲିମ୍ପିକ୍ସ ସ୍ବର୍ଣ୍ଣ ଓ ସେହି ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା’’। ଏହା ସହିତ ତାଙ୍କର ଅବସରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୂର କରି ସେ କହିଛନ୍ତି “ସ୍କାଏ ଏବେ କୁଆଡେ ଯାଉନାହିଁ’’। 

ଆହୁରି ପଢ଼ନ୍ତୁ...ଭାରତୀୟ ଦଳର ବିସ୍ଫୋରକ ଶୈଳୀକୁ ସଚିନ, ବିରାଟଙ୍କ ପ୍ରସଂଶା

ସୂଚନାଯୋଗ୍ୟ ଯେ ୨୦୨୮ ଲସ୍‌ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଟ୍ବେଣ୍ଟି-୨୦ କ୍ରିକେଟ୍‌କୁ ସାମିଲ କରାଯାଇଛି। ଏହା ସହିତ ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ କ୍ରିକେଟ୍‌ ଫେରିଛି। ପୂର୍ବରୁ ୧୯୦୦ ପ୍ୟାରିସ୍‌ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ଥିଲା। ଆଗାମୀ ଅଲିମ୍ପିକ୍ସରେ ମୋଟ ୬ଟି ପୁରୁଷ ଓ ୬ଟି ମହିଳା କ୍ରିକେଟ୍‌ ଦଳ ସାମିଲ ହେବେ। ଆୟୋଜକ ହୋଇଥିବାରୁ ୟୁଏସଏ ଦଳ ଏଥିରେ ସିଧାସଳଖ ସ୍ଥାନ ପାଇବ। ଅନ୍ୟ ୫ଟି ଦଳ କିପରି ଚୟନ କରାଯିବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe