କନକ ବ୍ୟୁରୋ : ୨୦୨୫ ମସିହା ସେପ୍ଟେମ୍ବର ୨୧ ତାରିଖ ରବିବାର ଦିନ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଏହା କନ୍ୟା ରାଶିରେ ଲାଗିବ , ଯାହା ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଏହାର ସୂତକ କାଳ ମଧ୍ୟ ଗ୍ରାହ୍ୟ ହେବ ନାହିଁ । ସୂର୍ଯ୍ୟପରାଗ ସମୟରେ ଶନି ମୀନ ରାଶିରେ ରହିବେ ଏବଂ କନ୍ୟା ରାଶିରେ ଥିବା ସୂର୍ଯ୍ୟଙ୍କ ସହିତ ସମସପ୍ତକ ଯୋଗ ସୃଷ୍ଟି କରିବେ । ଏହି ବିଶେଷ ଯୋଗର ପ୍ରଭାବ କିଛି ରାଶି ଉପରେ ଚ୍ୟାଲେଞ୍ଜ ଆଣିପାରେ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ପଡ଼ିବ ସୂର୍ଯ୍ୟପରାଗର ନକାରାତ୍ମକ ପ୍ରଭାବ ।
ବୃଷ ରାଶି : ଏହି ସୂର୍ଯ୍ୟପରାଗର ନକାରାତ୍ମକ ପ୍ରଭାବ ବୃଷ ରାଶି ବ୍ୟକ୍ତିବିଶେଷଙ୍କ ଜୀବନ ଉପରେ ପଡ଼ିପାରେ । ସମ୍ପର୍କରେ ତିକ୍ତତା ବଢ଼ିପାରେ । ଆପଣଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସତର୍କ ରହିବାକୁ ପଡ଼ିବ । ପ୍ରେମରେ ଦୂରତା କିମ୍ବା ବିଚ୍ଛେଦର ସ୍ଥିତି ଉପୁଜିପାରେ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ସାବଧାନ ରୁହନ୍ତୁ । ଋଣ କାରବାର ଆଦୌ କରନ୍ତୁ ନାହିଁ । କାହାରି କଥାରେ ପଡ଼ି ବଡ଼ ନିବେଶ କରନ୍ତୁ ନାହିଁ । ବୃଷ ରାଶିର ଲୋକମାନେ ସୂର୍ଯ୍ୟପରାଗ ଦିନ ଗହମ ଦାନ କରନ୍ତୁ , ସୁଫଳ ମିଳିବ ।
କନ୍ୟା ରାଶି : ସୂର୍ଯ୍ୟପରାଗ କନ୍ୟା ରାଶିରେ ହିଁ ଲାଗିବାକୁ ଯାଉଛି । ଏପରି ସ୍ଥଳେ ଆପଣଙ୍କୁ ମଧ୍ୟ ଧନ ସମ୍ବନ୍ଧୀୟ କ୍ଷତିରୁ ସତର୍କ ରହିବାକୁ ପଡ଼ିବ । ଏହି ରାଶିର ଲୋକଙ୍କ ଖର୍ଚ୍ଚ ହଠାତ୍ ବଢ଼ିପାରେ । ବଜେଟ୍ କରି ଚାଲିବାର ଆବଶ୍ୟକତା ଅଛି । ନିଜ ପିତାମାତାଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ଯେଉଁମାନେ ଚାକିରି ବଦଳାଇବାକୁ ଚିନ୍ତା କରୁଛନ୍ତି, ସେମାନେ ବର୍ତ୍ତମାନ ପାଇଁ ଧୈର୍ଯ୍ୟ ରଖନ୍ତୁ । ଶୀଘ୍ର ନିଆଯାଇଥିବା ନିଷ୍ପତ୍ତି କ୍ଷତିକାରକ ହେବ । ସହକର୍ମୀଙ୍କ ସହିତ ତାଳମେଳ ରଖନ୍ତୁ । ଉପାୟ ରୂପେ ଶିବ ଚାଳିଶା ପାଠ କରନ୍ତୁ ।
ମୀନ ରାଶି : ଏହି ସୂର୍ଯ୍ୟପରାଗର ପ୍ରଭାବ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପର୍କ ଉପରେ ପଡ଼ିପାରେ । ବୈବାହିକ ଜୀବନରେ ଉତ୍ଥାନ-ପତନ ଆସିପାରେ । ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ବଢ଼ିପାରେ । ରୋଜଗାରକୁ ନେଇ ଚିନ୍ତା ବଢ଼ିପାରେ । ବ୍ୟବସାୟୀଙ୍କୁ କ୍ଷତି ଏବଂ ଚାକିରି କରୁଥିବା ଲୋକଙ୍କ ଉପରେ କାର୍ଯ୍ୟଭାର ବଢ଼ିପାରେ । ଅଳସୁଆମି ନହୋଇ ସଠିକ ରୂପେ କାମ କରନ୍ତୁ । ଉପାୟ ଭାବରେ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ । ସୂର୍ଯ୍ୟପରାଗ ପରେ ଗହମ, ଗୁଡ଼, ମସୁର ଡାଲି କିମ୍ବା ତମ୍ବାରେ ତିଆରି ଜିନିଷ ଦାନ କରନ୍ତୁ ।