ପହଲଗାମ୍‌ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ରଞ୍ଜିତ ଭୋଳଙ୍କ ପରିବାର :  ଆଲ୍ଲା ହୁ ଆକବର୍ କହି ବଞ୍ଚିଯାଇଥିବା ନେଇ କନକ ନ୍ୟୁଜ କ୍ୟାମେରା ଆଗରେ ବଖାଣିଲେ କୋହ

ପହଲଗାମ୍‌ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ ପରିବାର । ଆଲ୍ଲା ହୁ ଆକବର୍ କହି ରଞ୍ଜିତ ଭୋଳଙ୍କ ପୁଅ ବଞ୍ଚିଯାଇଥିବା କନକ ନ୍ୟୁଜ କ୍ୟାମେରା ଆଗରେ କହିଛନ୍ତି ।

allah hu

Photograph: (KanakNews )

କନକ ବ୍ୟୁରୋ: ପହଲଗାମ୍‌ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ ପରିବାର । ଆଲ୍ଲା ହୁ ଆକବର୍ କହି ରଞ୍ଜିତ ଭୋଳଙ୍କ ପୁଅ ବଞ୍ଚିଯାଇଥିବା କନକ ନ୍ୟୁଜ କ୍ୟାମେରା ଆଗରେ କହିଛନ୍ତି । ଗତ ୨୨ ତାରିଖରେ ରଞ୍ଜିତ ଭୋଳ ତାଙ୍କ ପୁଅ ବୋହୂଙ୍କ ବିବାହ ବାର୍ଷିକୀ ପାଳନ ପାଇଁ ଜମ୍ମୁ କାଶ୍ମୀରର ପହଲଗାମ୍ ଯାଇଥିଲେ । ଏତିକି ବେଳେ ଆତଙ୍କବାଦୀମାନେ ଅଚାନକ୍‌ କରିଥିଲେ ଆକ୍ରମଣ । ଆଉ ଏହି ସମୟରେ ରଞ୍ଜିତଙ୍କ ପତ୍ନୀ ଜୀବନ ବଞ୍ଚାଇବାକୁ ଦୌଡୁଥିବା ସମୟରେ ପଡ଼ି ଆହତ ହୋଇଥିଲେ । ଆତଙ୍କବାଦୀମାନେ ସମସ୍ତଙ୍କୁ କଲମା ପଢ଼ିବା ପାଇଁ କହିଥିଲେ । ଜଣେ ଆତଙ୍କବାଦୀ ରଞ୍ଜିତଙ୍କ ପରିବାର ଲୋକଙ୍କ ପାଖାପାଖି ଆସି ଯାଇଥିଲା । ରଞ୍ଜିତଙ୍କ ବଡ଼ ପୁଅ ସନ୍ଦୀପ ଭୋଳ ନିଜ ଜୀବନ ବଞ୍ଚାଇବାକୁ ଲଗାତର ଭାବେ ଆଲ୍ଲା ହୁ ଆକବର୍ କହି ଚାଲିଥିଲେ। ଏହା ଶୁଣିବା ପରେ ଆତଙ୍କବାଦୀମାନେ ତାଙ୍କ ପାଖରୁ ଚାଲିଯାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe