ସରିଲା ସର୍ଭେ, ବଢ଼ିଲା ଆଶା: ୩୬ ବର୍ଷ ପରେ ମିଳିବ କ୍ଷତିପୂରଣ

Advertisment

ରଙ୍ଗେଇଲୁଣ୍ଡା ବ୍ଲକ ନୂଆଗୋଳାବନ୍ଧ ଗାଁ । ପାଖାପାଖି ହଜାରେ ପରିବାର ଏଠାରେ ବସବାସ କରନ୍ତି । ୧୯୮୯ରେ ଆର୍ମି ଏଡି କଲେଜ ନିର୍ମାଣ ଲାଗି ଏମାନେ ସରକାରଙ୍କୁ ଦେଇଥିଲେ ଜମି ।

ରଙ୍ଗେଇଲୁଣ୍ଡା ବ୍ଲକ ନୂଆଗୋଳାବନ୍ଧ ଗାଁ । ପାଖାପାଖି ହଜାରେ ପରିବାର ଏଠାରେ ବସବାସ କରନ୍ତି । ୧୯୮୯ରେ ଆର୍ମି ଏଡି କଲେଜ ନିର୍ମାଣ ଲାଗି ଏମାନେ ସରକାରଙ୍କୁ ଦେଇଥିଲେ ଜମି ।

17

Photograph: (kanak news)

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ନୂଆଗୋଳାବନ୍ଧବାସୀଙ୍କୁ ମିଳିବ କ୍ଷତିପୂରଣ । ଦୀର୍ଘ ବର୍ଷ ପରେ ଏମାନଙ୍କ କଥା ଚିନ୍ତା କରିଛନ୍ତି ସରକାର । ଆର୍ମି ଏଡି କଲେଜକୁ ଜମି ଦେଇଥିବା ଏହି ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ସର୍ଭେ ଶେଷ ହୋଇଛି । 

ରଙ୍ଗେଇଲୁଣ୍ଡା ବ୍ଲକ ନୂଆଗୋଳାବନ୍ଧ ଗାଁ । ପାଖାପାଖି ହଜାରେ ପରିବାର ଏଠାରେ ବସବାସ କରନ୍ତି । ୧୯୮୯ରେ ଆର୍ମି ଏଡି କଲେଜ ନିର୍ମାଣ ଲାଗି ଏମାନେ ସରକାରଙ୍କୁ ଦେଇଥିଲେ ଜମି । ହେଲେ ଆଜି ପର୍ଯ୍ୟନ୍ତ ଏମାନଙ୍କୁ ଦାବି ମୁତାବକ କ୍ଷତିପୂରଣ ମିଳିନାହିଁ । ଦୀର୍ଘ ୩୬ ବର୍ଷ ଧରି ନିଜ ଦାବି ପୂରଣ ପାଇଁ ଲଢ଼େଇ କରି ଆସୁଥିବା ବେଳେ ଏବେ ନୂତନ ପରିବାର ଓ ଅବିବାହିତ ସଦସ୍ୟଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ଜମି ବଦଳରେ ଜମି ଓ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଦାବି କରିଛନ୍ତି ନୋଳିଆ ପରିବାର ।

୨୦୧୩ରେ ୯୯୮ ପରିବାରକୁ ଘର ଯୋଗାଇଥିଲେ ସରକାର। କିଛି ଲୋକ ଗାଁରୁ ସେଠାକୁ ଯାଇଥିଲେ। ଆଉ କିଛି ଭିଟାମାଡ଼ିରେ ପଡ଼ି ରହିଛନ୍ତି। ଅନ୍ୟପଟେ ଆଜି ଯାଏଁ ଆର୍ମି କଲେଜ ନାଁରେ ଏହି ଜମି ହୋଇନାହିଁ। କଲେଜ କଳେବର ବଢ଼ିବା ପାଇଁ ଜମି ଖୋଜିବାରୁ ଏହା ଜଣାପଡ଼ିଛି। କ୍ଷତିପୂରଣ ପ୍ରଦାନ ଲାଗି ଗଠିତ କମିଟି ସର୍ଭେ ରିପୋର୍ଟକୁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ପଠାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ। 

କିଛିଦିନ ତଳେ ଏ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଯେଉଁଥିରେ ଉପଜିଲ୍ଲାପାଳଙ୍କୁ ଏହି ସର୍ଭେ ଦାୟିତ୍ୱ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe