ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆରମ୍ଭ ହେଲା ସର୍ଭେ । ଘର ଘର ବୁଲି ସର୍ଭେ କରୁଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ

Advertisment

ପୁରୀ ସାତଶଙ୍ଖ ନିକଟ ଅର୍ଜୁନସିଂପୁର ଗାଁରେ ଘର ଘର ବୁଲି ସର୍ଭେ କରୁଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । କହିଲେ, ପ୍ରତ୍ୟେକ ହିତାଧିକାରୀ ପାଇବେ ଆବସ ଘର ।

ପୁରୀ ସାତଶଙ୍ଖ ନିକଟ ଅର୍ଜୁନସିଂପୁର ଗାଁରେ ଘର ଘର ବୁଲି ସର୍ଭେ କରୁଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । କହିଲେ, ପ୍ରତ୍ୟେକ ହିତାଧିକାରୀ ପାଇବେ ଆବସ ଘର ।

ପିଏମ ଆବାସ ସର୍ଭେ ଆରମ୍ଭ

Photograph: (kanaknews)

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆରମ୍ଭ ହେଲା ସର୍ଭେ । ପୁରୀ ଜିଲ୍ଲା ଅର୍ଜୁନସିଂପୁର ଗାଁରେ ଘର ଘର ବୁଲି ସର୍ଭେ ଆରମ୍ଭ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଅର୍ଜୁନସିଂହପୁର ଗାଁରେ ପହଁଚି ସର୍ଭେର ଭାଗ ନେଇଛନ୍ତି ।

ଲୋକଙ୍କୁ ପଚାରି ସେମାନଙ୍କ ସମସ୍ୟା ବୁଝୁଛନ୍ତି । ସର୍ଭେ ଦେଢରୁ ଦୁଇମାସ ଚାଲିବ । ଏହାପରେ ଲୋକଙ୍କୁ ଆବେଦନ ଅନୁଯାୟୀ ଘର ମିଳିବ । ଏଥିପାଇଁ ପଂଚାୟତିରାଜ ବିଭାଗ ପ୍ରସ୍ତୁତି ଶେଷ କରିଛି । କେନ୍ଦ୍ର ସରକାର ଏହା ଭିତରେ ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବୃଦ୍ଧି କରିଛନ୍ତି। ତେବେ ଓଡ଼ିଶାକୁ କେତେ ଆବାସ ମିଳିବ ତାହା ସ୍ପଷ୍ଟ ହୋଇନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe