ଯୁଦ୍ଧ ଅପଡେଟ୍: ଅସ୍ତ୍ର ଛାଡ଼ି କ୍ଷମା ମାଗ, ନଚେତ୍ ମୃତ୍ୟୁ , ଇରାନଙ୍କୁ ଖୋଲା ଚେତାବନୀ ଦେଲେ ଟ୍ରମ୍ପ

Advertisment

ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କର ନହେଲେ ମୃତ୍ୟୁ ନିଶ୍ଚିତ। ଆମ କଥା ମାନିଲେ ତୁମ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରାଯିବ। ପ୍ରତିରୋଧ କଲେ ନିଶ୍ଚିତ ମୃତ୍ୟୁର ସମ୍ମୁଖୀନ ହେବ।

ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କର ନହେଲେ ମୃତ୍ୟୁ ନିଶ୍ଚିତ। ଆମ କଥା ମାନିଲେ ତୁମ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରାଯିବ। ପ୍ରତିରୋଧ କଲେ ନିଶ୍ଚିତ ମୃତ୍ୟୁର ସମ୍ମୁଖୀନ ହେବ।

Trump

Trump Photograph: (google)

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ, ସଶସ୍ତ୍ର ବାହିନୀ ଏବଂ ସମସ୍ତ ପୁଲିସ ସଦସ୍ୟମାନଙ୍କୁ, ମୁଁ କହୁଛି ଯେ, ସେମାନେ ନିଜ ନିଜର ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କର ନହେଲେ ମୃତ୍ୟୁ ନିଶ୍ଚିତ। ଆମ କଥା ମାନିଲେ ତୁମ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରାଯିବ। ପ୍ରତିରୋଧ କଲେ ନିଶ୍ଚିତ ମୃତ୍ୟୁର ସମ୍ମୁଖୀନ ହେବ। ଏହା ସହିତ ଟ୍ରମ୍ପ ଇରାନର ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସ୍ୱାଧୀନତାର ସମୟ ଆସିଯାଇଛି। ସୁରକ୍ଷିତ ରୁହ। ଘରୁ ବାହାରକୁ ଯାଅ ନାହିଁ। ବାହାରେ ରହିଛି ବଡ଼ ବିପଦ। ସବୁଠି ବୋମା ପଡ଼ିବ। ଯେତେବେଳେ ଆମେ ଏହାର ସମାପ୍ତ କରିବୁ, ନୂଆ ସରକାରକୁ ଗ୍ରହଣ କରିବ। ଏହା ତୁମର ସରକାର ହେବ। ଏହା ତୁମ ପାଇଁ ଏକମାତ୍ର ସୁଯୋଗ ହେବ। ବର୍ଷ ବର୍ଷ ଧରି ଆମେରିକାଠାରୁ ସାହାଯ୍ୟ ମାଗିଛ, କିନ୍ତୁ କେବେ ପାଇନାହଁ। କୌଣସି ରାଷ୍ଟ୍ରପତି ମୁଁ ଯାହା କରିବାକୁ ଚାହୁଛି ତାହା କରିବାକୁ ଇଚ୍ଛୁକ ନଥିଲେ। ଏବେ ତୁମର ଜଣେ ରାଷ୍ଟ୍ରପତି ଅଛନ୍ତି ଯିଏ ତୁମେ ଯାହା ଚାହୁଛ ତାହା ଦେଉଛନ୍ତି। ତେଣୁ ଦେଖାଯାଉ ତୁମେ କିପରି ପ୍ରତିକ୍ରିୟା ଦେଉଛ। ଆମେରିକା ତୁମକୁ ସମର୍ଥନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe