ଏମ୍ସ ଛାଡୁଛନ୍ତି ଡାକ୍ତର: ରାଜ୍ୟସଭା ରଖାଯାଇଥିବା କେନ୍ଦ୍ରସରକାରଙ୍କ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ

ଘରୋଇ ଚାକିରି ପାଇଁ ଏମ୍ସ ଛାଡିଥିବା ଡାକ୍ତରଙ୍କ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି। ତଥ୍ୟରୁ ଜଣାପଡୁଛି ଯେ ଦିଲ୍ଲୀ ଏମ୍ସ ସମେତ ସମସ୍ତ ୨୦ଟି ଏମ୍ସରେ ପ୍ରତି ତିନି ଜଣ ଅଧ୍ୟାପକ ପଦବୀରେ ପ୍ରାୟ ଗୋଟିଏ ଖାଲି ପଡ଼ିଛି।

16

Photograph: (kanak news)

କନକ ବ୍ୟୁରୋ: ଏମ୍ସ ଛାଡୁଛନ୍ତି ଡାକ୍ତର। ଦେଶବ୍ୟାପୀ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ)ରୁ ଡାକ୍ତର ଇସ୍ତଫା ଦେଉଥିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ସରକାରଙ୍କ ଦ୍ୱାରା ସଂସଦରେ ରଖାଯାଇଥିବା ତଥ୍ୟରୁ ଜଣାପଡିଛି ଯେ, ୨୦୨୨ ରୁ ୨୦୨୪ ଭିତରେ ୨୦ଟି ପ୍ରତିଷ୍ଠାନରୁ ପ୍ରାୟ ୪୨୯ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି। ଘରୋଇ ଚାକିରି ପାଇଁ ଏମ୍ସ ଛାଡିଥିବା ଡାକ୍ତରଙ୍କ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି। ତଥ୍ୟରୁ ଜଣାପଡୁଛି ଯେ ଦିଲ୍ଲୀ ଏମ୍ସ ସମେତ ସମସ୍ତ ୨୦ଟି ଏମ୍ସରେ ପ୍ରତି ତିନି ଜଣ ଅଧ୍ୟାପକ ପଦବୀରେ ପ୍ରାୟ ଗୋଟିଏ ଖାଲି ପଡ଼ିଛି। ନିକଟରେ, ସରକାର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସଂସଦକୁ କହିଛନ୍ତି ଯେ ନୂତନ ଏମ୍ସ ପ୍ରଫେସର, ଅତିରିକ୍ତ ପ୍ରଫେସର ଏବଂ ସହଯୋଗୀ ପ୍ରଫେସର ସ୍ତରରେ ୭୦ବର୍ଷ ପର୍ୟ୍ୟନ୍ତ ଚୁକ୍ତିଭିତ୍ତିକ ଭାବରେ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସରକାରୀ ମେଡିକାଲ କଲେଜରୁ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତି କରିବାର ବ୍ୟବସ୍ଥା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe