କାରଖାନା , ଶିଳ୍ପ , କମ୍ପାନୀ , ଘର ତୋଳିବାରେ ସହର ଏତେ ବ୍ୟସ୍ତ ଯେ ଟାଉନରେ ପୋଖରୀଟିଏ ଦେଖିବା କାଠିକର ପାଠ । କିନ୍ତୁ ପୋଖରୀ , ଗାଡ଼ିଆ , ନଈର ଅଭାବ ପୂରଣ କରେ ଗାଁ । ଗାଁମାନଙ୍କରେ ବଡ଼ ବଡ଼ ପୋଖରୀରେ ଫୁଟୁଥିବା ପଦ୍ମ , କଇଁ ଫୁଲ ଦେଖିବାକୁ କେତେ ସୁନ୍ଦର ଲାଗେ ନା । ପାଣିଭିତରେ ପଦ୍ମଫୁଲର ସେ ସୁନ୍ଦରତାକୁ କ’ଣ କେହି ଖୁଣିପାରିବେ ! କିନ୍ତୁ ପଦ୍ମଫୁଲ ଖାଲି ଆଖିକୁ ସୁନ୍ଦର ଲାଗେ ନାହିଁ ଆଜ୍ଞା ଏହି ଫୁଲର ନାଡରେ ଅନେକ ଔଷଧୀୟ ଗୁଣ ମଧ୍ୟ ମହଜୁଦ୍ ହୋଇରହିଛି । ପଦ୍ମଫୁଲର ନାଡରେ ଫାଇବର୍ , ଆଇରନ୍ , ପୋଟାସିୟମ୍ , ଭିଟାମିନ୍ – ସି , ପ୍ରୋଟିନ୍ ଏବଂ ଫସଫରସ୍ ଭଳି ନ୍ୟୁଟ୍ରିସନ୍ ମଧ୍ୟ ସାମିଲ୍ ରହିଛି । ପଦ୍ମନାଡକୁ ଭଜା , ତରକାରୀ , ଆଚାର ଆଦି ରେସିପି କରି ମଧ୍ୟ ଖାଦ୍ୟରେ ସାମିଲ୍ କରାଯାଇପାରିବ । ଯଦି ଆପଣ ପଦ୍ମନାଡର ଔଷଧୀୟ ଗୁଣ ବିଷୟରେ ଅନଭିଜ୍ଞ ତାହେଲେ ଆସନ୍ତୁ ସେ ବିଷୟରେ ଜାଣିବା ।
/kanak/media/media_files/2025/01/01/ZLvyRuHGN92DFsFXJzV0.jpg)
ଓଜନକୁ କଣ୍ଟ୍ରୋଲରେ ଆଣେ ପଦ୍ମନାଡ଼ :
ଯଦି ଆପଣ ନିଜ ବଢୁଥିବା ଓଜନକୁ ନେଇ ଚିନ୍ତିତ ତେବେ ଖାଦ୍ୟରେ ସାମିଲ୍ କରନ୍ତୁ ପଦ୍ମନାଡ଼ । ଏଥିରେ କ୍ୟାଲୋରୀର ମାତ୍ରା କମ୍ ଏବଂ ଫାଇବରର ମାତ୍ରା ଅଧିକ ଥିବାରୁ ପଦ୍ମନାଡର ରେସିପିକୁ ଖାଇବା ପରେ ଏହା ଲମ୍ବା ସମୟ ପର୍ୟ୍ୟନ୍ତ ଭୋକ କରାଏ ନାହିଁ ଏବଂ ପେଟ ମଧ୍ୟ ଫୁଲ୍ ରହିଥାଏ । ଯାହାଦ୍ବାରା ବାରମ୍ବାର ଭୋକ ଲାଗିବାର ଟେନସନ୍ ମଧ୍ୟ ରୁହେନି ଏବଂ ଓଜନ ମଧ୍ୟ କଣ୍ଟ୍ରୋଲରେ ରୁହେ ।
/kanak/media/media_files/2025/01/01/ir0ISI57Jjnxylq5uXNW.png)
ହଜମ ପ୍ରକ୍ରିୟାରେ ସହାୟକ ପଦ୍ମନାଡ଼ :
ପଦ୍ମନାଡ଼ ସେବନ ଦ୍ବାରା ପାଚନ ପ୍ରକ୍ରିୟା ଭଲ ରହିଥାଏ । ଏଥିରେ ଥିବା ଫାଇବର୍ କୋଷ୍ଟକାଠିନ୍ୟ ଏବଂ ପେଟଫୁଲା ସମସ୍ୟାକୁ ମଧ୍ୟ ସମାଧାନ କରିଥାଏ ।
/kanak/media/media_files/2025/01/01/0vh3RLBtOCrXiujHVuNu.png)
ଏନିମିଆ ପାଇଁ ଉପକାରୀ ପଦ୍ମନାଡ଼ :
ପଦ୍ମନାଡ଼ର ନିୟମିତ ସେବନ ଦ୍ବାରା ଶରୀରରେ ରକ୍ତର ଅଭାବ ମଧ୍ୟ ଦୂର ହୁଏ । ପଦ୍ମନାଡ଼ ଖାଇବାଦ୍ବାରା ଶରୀରରେ ଲାଲ୍ ରକ୍ତ ସେଲ୍ସର ମାତ୍ରା ବଢେ ଯାହାଦ୍ବାରା ହିମୋଗ୍ଲୋଭିନ୍ ର ଅଭାବ ମଧ୍ୟ ଦେଖାଯାଏନାହିଁ ।
/kanak/media/media_files/2025/01/01/1CTBRcaP1tsODU4RWVig.webp)
ବ୍ଲଡସୁଗାର୍ ସହ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ୍ କରେ ପଦ୍ମନାଡ଼ । ଏଥିରେ ଡାଇଟରୀ ଫାଇବର୍ ମହଜୁଦ୍ ଥିବାରୁ ଏହା କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ୍ କରେ । ଏଥିରେ ଥିବା ଇଥେନାଲ୍ ଅର୍କ ବ୍ଲଡସୁଗାରକୁ କଣ୍ଟ୍ରୋଲରେ ରଖିବାରେ ସହାୟକ ହୁଏ ।
/kanak/media/media_files/2025/01/01/5edeAbvL5Od3erkJnKuH.png)
ଚାପକୁ ନିୟନ୍ତ୍ରଣ କରେ ପଦ୍ମନାଡ଼ :
ଆଜ୍ଞା ହଁ , ପଦ୍ମନାଡ଼ ଖାଦ୍ୟରେ ସାମିଲ୍ କରିବା ଦ୍ବାରା ଚାପ ମଧ୍ୟ କମ୍ ହୁଏ । ଏଥିରେ ଥିବା ପାୟରୋଡାକ୍ସିନ୍ ଷ୍ଟ୍ରେସ୍ କମାଇବାରେ ସାହାଯ୍ୟ କରେ । ପଦ୍ମନାଡ଼ ଶରୀରରେ ଡିଟକ୍ସ କରିବାର କାମ ମଧ୍ୟ କରେ । ଏଥିରେ ଥିବା ଅକ୍ସିଆଣ୍ଟିଡେଣ୍ଟ୍ ଗୁଣ ଲିଭର୍ ଏବଂ କିଡନୀ ଉପରେ ଥିବା ଅକ୍ସିଡେଟିଭ୍ ଷ୍ଟ୍ରେସର ପ୍ରଭାବକୁ କମ୍ କରିବାରେ ସହାୟକ ହୁଏ ଯାହା ଶରୀରର ମଇଳାକୁ ସଫା କରିବାର କାମ କରେ ।
ତେବେ ଆପଣ ବି ଯଦି ପଦ୍ମନାଡ଼ ଉପକାରିତା ନଜାଣି କେବଳ ଫୁଲ ଭାବୁଥିଲେ , ତାହେଲେ କହିରଖୁଛୁ ପଦ୍ମନାଡ଼ କେବଳ ଫୁଲ ନୁହଁ ନଇରେ ଫୁଟୁଥିବା କଅଁଳ ବଇଦ ..
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/01/01/4dYcyknHUm3WE7iN2eWg.jpg)